ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ଷ୍ଟ୍ରବେରି
ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ ହୋଇପାରେ ଷ୍ଟ୍ରବେରି । ଏକ ଅଧ୍ୟୟନରେ କୁହାଯାଇଛି ଯେ, ପ୍ରତିଦିନ ଷ୍ଟ୍ରବେରି ଖାଇବା ଦ୍ୱାରା କଗ୍ନିଟିଭ ବା ମସ୍ତିଷ୍କ ବିକାଶ, ଉଚ୍ଚ ଆଣ୍ଟିଅକ୍ସିଡାଣ୍ଟ କ୍ଷମତା ଏବଂ ରକ୍ତଚାପକୁ ଠିକ ରଖିଥାଏ । ବୟସ୍କଙ୍କ କ୍ଷେତ୍ରରେ ଖାଦ୍ୟରେ ଷ୍ଟ୍ରବେରୀ ଯୁକ୍ତ କରିବାର ଆବଶ୍ୟକତା ରହିଛି ।
ଷ୍ଟ୍ରବେରୀରେ ଅନେକ ପ୍ରକାର ପୋଷକ ତତ୍ତ୍ବ ଭରପୁର ରହିଛି । ଆମକୁ ଦୈନିକ ଆବଶ୍ୟକ ହେଉଥିବା ଭିଟାମିନ୍-ସି ଆବଶ୍ୟକତାର ଶତ ପ୍ରତିଶତ ଯୋଗାଇବା ସହିତ ଷ୍ଟ୍ରବେରୀରେ ହୃଦୟ-ସୁସ୍ଥ ପୋଷକ ତତ୍ତ୍ୱ ଯେପରିକି ଫୋଲେଟ୍, ପୋଟାସିୟମ୍, ଫାଇବର, ଫାଇଟୋଷ୍ଟେରଲ୍ ଏବଂ ପଲିଫେନୋଲ୍ ଥାଏ।
ଆଲଜାଇମର ଡିମେନ୍ସିଆର ଆଶଙ୍କା ହ୍ରାସ କରିପାରେ ମଧ୍ୟ ଷ୍ଟ୍ରବେରୀ ସହାୟକ। ଷ୍ଟ୍ରବେରିରେ ଫାଇବର ଥାଏ । ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରବେରି ଭଲ କାମ କରେ । ଷ୍ଟ୍ରବେରିରେ ଭିଟାମିନ୍-ସି ମଧ୍ୟ ଥାଏ । ଷ୍ଟ୍ରବେରି ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।
What's Your Reaction?