ମଧୁମେହ ଓ ମାଇଗ୍ରେନ ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ଦିଏ ପଇଡ ପାଣି

Jul 29, 2024 - 10:25
 0  36
ମଧୁମେହ ଓ ମାଇଗ୍ରେନ ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ଦିଏ ପଇଡ ପାଣି

ପଇଡ ପାଣି ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି । ପଇଡ ପାଣି ଛଡା ତା’ ଭିତରେ ଥିବା ନାଳି ବା ମଲାଇ ବହୁତ ଲାଭକାରୀ ହୋଇଥାଏ । ପଇଡ଼ ପାଣି ଶରୀର ପାଇଁ ମଧ୍ୟ ବେଶ୍ ହିତକର ।  ଏହା ଭଲ ଲାଗିବା ସହ ଏଥିରେ ବିଭିନ୍ନ ପ୍ରକାର ଔଷଧ ଗୁଣ ରହିଥାଏ । ପଇଡ ପାଣିର ପ୍ରଭାବରେ ଶରୀରରେ ଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ ପାଣିରେ କ୍ୟାଲୋରୀର ମାତ୍ର କମ୍ ଥିବା ହେତୁ ଏହା ଶରୀରର ମେଦ ବୃଦ୍ଧି କରେ ନାହିଁ ।ଏହାସହ ପଇଡ ପାଣି ଶରୀରର ଜଳୀୟ ଅଂଶ ଧରି ରଖିବା ଓ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ପଇଡ ପାଣିରେ ପ୍ରଚୁର ମାତ୍ରାରେ ପୋଟାସିୟମ୍ ଥାଏ । ଏହା ମସ୍ତିଷ୍କ ଓ ସ୍ନାୟୁକୁ ଅଧିକ ସକ୍ରିୟ କରିବାରେ ବିଶେଷ ଭୂମିକା ନିଭାଇଥାଏ । ଆସନ୍ତୁ ଜାଣିବା ପଇଡ ପାଣିର କିଛି ଔଷଧୀୟ ଗୁଣ ବିଷୟରେ
ପଇଡ ପାଣିରେ ପ୍ରଚୁର ମାତ୍ରାରେ ରହିଛି ଫାଇବର୍। ଯାହା ପାଚନ କ୍ରିୟାକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । ବିଶେଷ କରି ପଇଡ ପାଣି ବଦ୍ ହଜମୀ ସମସ୍ୟାକୁ ଦୂର କରେ । କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର କରିଥାଏ ।
ପଇଡ ପାଣି ଓଜନ କମ କରିବା ସହ ପାଚନ ପ୍ରକ୍ରିୟା ସକ୍ରିୟ କରିଥାଏ ।
ଶରୀରରେ ମ୍ୟାଗ୍ନେସିୟମ ସ୍ତର କମ୍ ହେଲେ ମାଇଗ୍ରେନ ରୋଗ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ପଇଡ ପାଣି ପିଇଲେ ମାଇଗ୍ରେନ୍ ରୋଗ ନ ହେବା ସହ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।
ପଇଡ ପାଣି ପିଇବା ଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରଣରେ ରହିଥାଏ ।
ପଇଡ ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ତ୍ଵଚା ଇଜ୍ଜ୍ଵଳ ଓ ଶରୀରର ବିଭିନ୍ନ କ୍ଷତ ଚିହ୍ନ ଦୂର କରିବାରେ ସହାୟକ ହୋଇଥାଏ । 
ପଇଡ ପାଣି ଉଚ୍ଚରକ୍ତ ଚାପଜନିତ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।
ପଇଡ ପାଣି ବ୍ୟବହାର କରିବା ଦ୍ୱାରା ଥକାପଣ ଦୂର ହେବା ସହ ବୟସର ପ୍ରଭାବ ଚେହେରାରେ ପଡିନଥାଏ ।
ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି, ପଇଡ ପାଣିରେ ଥିବା ଏକପ୍ରକାର ହରମୋନ୍ ଶରୀରର ଉତ୍ତମ କୋଷଗୁଡିକ ସକ୍ରିୟ କରେ । ଏହାଦ୍ୱାରା କ୍ୟାନସର ସୃଷ୍ଟି କରୁଥିବା କୋସଗୁଡିକୁ ନିଷ୍କ୍ରିୟ କରିଦିଏ ।
ନିୟମିତ ପଇଡ ପାଣି ପିଇବା ଦ୍ୱାରା ହୃଦୟ ଜନିତ ରୋଗ ହୋଇନଥାଏ।
ଇମ୍ୟୁନିଟି ବଢ଼ାଇବା ପାଇଁ ନଡ଼ିଆର ନାଳି ବା ମଲାଇ ବହୁତ ଲାଭଦାୟକ ହୋଇଥାଏ । ନଡ଼ିଆ ମଲାଇରେ ଥିବା ଏଣ୍ଟିଅକ୍ସିଡାଣ୍ଟ ଓ ଏଣ୍ଟିଇନଫ୍ଲାମେଟରୀ ଗୁଣ ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ । 

What's Your Reaction?

like

dislike

love

funny

angry

sad

wow