ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ
ଆଉ ନାହାଁନ୍ତି ସଂଗୀତ ଜଗତର ବେତାଜ୍ ବାଦଶାହା ଜାକିର ହୁସେନ୍ । ୭୩ ବର୍ଷ ବୟସରେ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହାସପାତାଳରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୩ଥର ଗ୍ରାମି ପୁରସ୍କାର ପାଇଥିଲେ ସେ। ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମ ଭୂଷଣ ସମ୍ମାନ ପାଇଥିଲେ ଉସ୍ତାଦ ଜାକିର ହୁସେନ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୨୩ରେ ପଦ୍ମ ବିଭୂଷଣ ପ୍ରଦାନ କରିଥିଲେ ଭାରତ ସରକାର। ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ୍ ଆଣ୍ଡୋମେଣ୍ଟ ଫର୍ ଦି ଆର୍ଟ୍ସ ପକ୍ଷରୁ ପ୍ରଦାନ କରାଯାଇଥିଲା ନ୍ୟାସନାଲ୍ ହେରିଟେଜ୍ ଫେଲୋଶିପ୍ । ତାଙ୍କୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ କରାଯାଏ ବିବେଚନା ।
What's Your Reaction?