ଚା’ ସାଙ୍ଗରେ ଖାଉଛନ୍ତି କି ବିସ୍କୁଟ୍? ସାବଧାନ,ରୋଗକୁ ଦେଉଛନ୍ତି ନିମନ୍ତ୍ରଣ ; ଶରୀରକୁ ସଢ଼ାଇଦେବ ଅପରାହ୍ନ ପରର ଚା’

Oct 28, 2026 - 14:06
ଚା’ ସାଙ୍ଗରେ ଖାଉଛନ୍ତି କି ବିସ୍କୁଟ୍? ସାବଧାନ,ରୋଗକୁ ଦେଉଛନ୍ତି ନିମନ୍ତ୍ରଣ ; ଶରୀରକୁ ସଢ଼ାଇଦେବ ଅପରାହ୍ନ ପରର ଚା’

ଗରମାଗରମ ଚା’.. ଅନେକ ଭାରତୀୟଙ୍କ ସକାଳର ଆରମ୍ଭ । ଶୁଭସକାଳର ସନ୍ଦେଶ ନେଇ ଆସୁଥିବା ଏହି ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । ଖଟିରୁ ଆରମ୍ଭ କରି ବେଡରୁମ୍ ଖଟ ପର୍ଯ୍ୟନ୍ତ ସବୁଠି ଛାପ ଛାଡୁଥିବା ଗରମ ଚା’ର ଚର୍ଚ୍ଚା ଯେତେ କଲେ ବି କମ୍ । 

ଗରମ ଗରମ ଚା’ ସାଙ୍ଗରେ ଖାଉଛନ୍ତି କି ବିସ୍କୁଟ୍ ? ସାବଧାନ କୁଣିଆ ହୋଇ ଦେହକୁ ପ୍ରବେଶ କରୁଛି ରୋଗ । ଶରୀରକୁ କିଛି ଏମିତି ସଢ଼ାଉଛି ଅପରାହ୍ନ ପରର ଚା’ । ଆପଣ ବି ଦିନକୁ ଏତେ ଥର ଚା’ ପିଉଛନ୍ତି କି? ତା’ହେଲେ ସତର୍କ ହୁଅନ୍ତୁ ନହେଲେ ବଡ଼ ଅସୁବିଧାରେ ପଡ଼ିବେ । ଗରମାଗରମ ଚା’.. ଅନେକ ଭାରତୀୟଙ୍କ ସକାଳର ଆରମ୍ଭ । ଶୁଭସକାଳର ସନ୍ଦେଶ ନେଇ ଆସୁଥିବା ଏହି ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । ଖଟିରୁ ଆରମ୍ଭ କରି ବେଡରୁମ୍ ଖଟ ପର୍ଯ୍ୟନ୍ତ ସବୁଠି ଛାପ ଛାଡୁଥିବା ଗରମ ଚା’ର ଚର୍ଚ୍ଚା ଯେତେ କଲେ ବି କମ୍ । କିନ୍ତୁ ବେଳେବେଳେ ଚା’ର ମାତ୍ରା ଜୀବନରେ ଏତେ ଅଧିକ ହୋଇଯାଏ ଯେ ଅଖା ଧୋଉଥିବ ଗୁଣ ଗାଉଥିବ ଭଳି ସମସ୍ୟା ଉପୁଜେ । ଚା’ରେ ଥିବା କେଫିନ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଡାକ୍ତର ମଧ୍ୟ ଉପଦେଶ ଦିଅନ୍ତି । କିନ୍ତୁ ଚା’ଅଭ୍ୟାସରେ ପଡ଼ିଥିବା ଲୋକ ଦୈନିକ ୧୦ ରୁ ୧୫ ଥର ଚା’ ନ ପିଇଲେ ତାଙ୍କ ମନ ଶାନ୍ତି ହୁଏନାହିଁ । ଏହି ଅଭ୍ୟାସ ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍ ଏବଂ  ଏନେଇ କ’ଣ କୁହନ୍ତି ଏକ୍ସପର୍ଟ? ଆସନ୍ତୁ ଜାଣିବା । 

ଆଇସିଏମଆରର ଏକ ରିପୋର୍ଟ ଅନୁସାରେ, ଚା’ଏବଂ କଫି ଉଭୟରେ କେଫିନର ମାତ୍ରା ଥାଏ । ଯାହା ସେଣ୍ଟ୍ରଲ୍ ନର୍ଭସ ସିଷ୍ଟମକୁ ଷ୍ଟିମୁଲେଟ୍ କରି ଅଭ୍ୟାସରେ ପରିଣତ କରାଇଥାଏ । ୧୫୦ ମିଲି କପ୍ ଚା’ରେ ୩୦ ରୁ ୬୫ ମିଲିଗ୍ରାମ୍ କେଫିନ୍ ଥାଏ ତେଣୁ ବିଶେଷଜ୍ଞ ଦୈନିକ ୨ କପରୁ ଅଧିକ ଚା’ ନ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଦିନକୁ କପେ ଚା’ ପିଇବା ସ୍ବାସ୍ଥ୍ୟ ପ୍ରତି ଅହିତକର ନୁହେଁ କିନ୍ତୁ ଚା’ସହ ଯଦି ସ୍ନାକ୍ସ ଖାଉଛନ୍ତି ଏହା ରୋଗ ଜନ୍ମାଇବାର ଏକ ବଡ଼ କାରଣ ହୋଇପାରେ । ଅନେକ ଲୋକ ଚା’ ସହ ବିସ୍କୁଟ୍ , ଟୋଷ୍ଟ୍ ଏବଂ ପକୋଡ଼ା ଭଳି ସ୍ନାକ୍ସ ଖାଇଥା’ନ୍ତି । ଏହି ସ୍ନାକ୍ସରେ ଥିବା କ୍ୟାଲୋରୀ କେଫିନ୍ ସହ ମିଶି ଶରୀରକୁ ଆହୁରି ଖରାପ ହେବା ଦିଗରେ ନେଇଯା’ନ୍ତି । ନ୍ୟୁଟ୍ରିସନିଷ୍ଟ୍ କୁହନ୍ତି ଯେ ଚା’ ସହ ୪ ରୁ ୫ ଟି ବିସ୍କୁଟ୍ ଖାଇବା ଯାହା ସାରାଦିନର କ୍ୟାଲୋରୀ ବଢ଼ାଇବା ତାହା । ଏହି ସ୍ନାକ୍ସରେ ୩୦୦ ରୁ ୪୦୦ କ୍ୟାଲୋରୀ ଥାଏ ଯାହା ବ୍ଲଡ୍ ସୁଗାର ବଢ଼ାଇବାର କାମ କରେ । ଡାଏବେଟିସ୍ , ଓଜନ ବୃଦ୍ଧି ଭଳି ସମସ୍ୟାକୁ ଡ଼ାକିଆଣେ ଚା’ ସହ ସ୍ନାକ୍ସ ସେବନ । 

What's Your Reaction?

like

dislike

love

funny

angry

sad

wow