ବକ୍ସ ଅଫିସ୍ରେ ‘The Vvaan’ର ଧମାକା, ପ୍ରଥମ ଦିନରେ କଲେକ୍ସନ୍ ପ୍ରାୟ ୮ କୋଟି
ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆଙ୍କ ଫିଲ୍ମ ‘The Vvaan’ ମିଶ୍ର ପ୍ରତିକ୍ରିୟା ସତ୍ତ୍ୱେ ବକ୍ସ ଅଫିସ୍ରେ ଭଲ ଓପନିଂ କରିଛି । ପ୍ରଥମ ଦିନରେ ଭାରତରେ ପ୍ରାୟ ୮ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଥିବା ବେଳେ ‘Batwara 1947’ ଓ ‘Haiwaan’ର ଓପନିଂ କଲେକ୍ସନ୍କୁ ପଛରେ ପକାଇଛି।
ବକ୍ସ ଅଫିସ୍ରେ ଧମାଲ୍ କରିଛି ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆଙ୍କ ଅଭିନୀତ ଫିଲ୍ମ ‘The Vvaan – Force of the Forrest’ । ମିଶ୍ର ପ୍ରତିକ୍ରିୟା ସତ୍ତ୍ୱେ ଫିଲ୍ମଟି ପ୍ରଥମ ଦିନରେ ଭଲ ଓପନିଂ କରିଛି । ରିପୋର୍ଟ ଅନୁସାରେ, ଭାରତରେ ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ ୮ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି । ଶୁକ୍ରବାର ଦେଶର ପ୍ରାୟ ୬,୭୪୫ଟି ଶୋ’ରେ ଫିଲ୍ମର ଅକ୍ୟୁପାନ୍ସି ପ୍ରାୟ ୪୩ ପ୍ରତିଶତ ରହିଥିଲା । ସକାଳ ଶୋ’ରେ ପ୍ରାୟ ୧୨ ପ୍ରତିଶତ ଅକ୍ୟୁପାନ୍ସି ଥିବାବେଳେ ଅପରାହ୍ଣରେ ଏହା ୨୪ ପ୍ରତିଶତ ଓ ସନ୍ଧ୍ୟାରେ ପ୍ରାୟ ୨୭ ପ୍ରତିଶତକୁ ବୃଦ୍ଧି ପାଇଥିଲା ।
ସହର ଭିତ୍ତିକ ଅକ୍ୟୁପାନ୍ସି ଦେଖିଲେ, ମୁମ୍ବାଇରେ ପ୍ରାୟ ୩୨ ପ୍ରତିଶତ, ବେଙ୍ଗାଲୁରୁ ଓ ଲକ୍ଷ୍ନୌରେ ୨୬ ପ୍ରତିଶତ ଏବଂ ଦିଲ୍ଲୀ-ଏନସିଆର୍ ଓ ପୁଣେରେ ପ୍ରାୟ ୨୫ ପ୍ରତିଶତ ଅକ୍ୟୁପାନ୍ସି ରେକର୍ଡ ହୋଇଛି । ଏହି ଓପନିଂ ସହ ‘The Vvaan’ ‘Batwara 1947’ ଓ ‘Haiwaan’ର ପ୍ରଥମ ଦିନର କଲେକ୍ସନ୍କୁ ପଛରେ ପକାଇଛି । ‘Batwara 1947’ ପ୍ରଥମ ଦିନରେ ୫.୭୫ କୋଟି ଟଙ୍କା ଓ ‘Haiwaan’ ପ୍ରାୟ ୩ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଥିଲା ।
ତେବେ ଫିଲ୍ମକୁ ନେଇ ଦର୍ଶକ ଓ ସମୀକ୍ଷକଙ୍କ ପ୍ରତିକ୍ରିୟା ମିଶ୍ର ରହିଛି। ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭାଟିଆଙ୍କ ସହ ସୁନୀଲ ଗ୍ରୋଭର, ଶ୍ୱେତା ତିୱାରୀ, ଅନୁପ ସୋନି ଓ ମନୀଷ ପଲ୍ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର କାହାଣୀରେ ଫ୍ୟାଣ୍ଟାସି, ହରର୍ ଓ ଭାରତୀୟ ପୌରାଣିକ ପରମ୍ପରାକୁ ମିଶାଯାଇଛି ।
What's Your Reaction?