ଶେଖ ହାସିନା ଚାଲିଚାଲି ସୀମା ପାର୍ ହୋଇ ବାଂଲାଦେଶ ଯିବେ: ଡିସେମ୍ବରରେ ଢାକା ଫେରିବାକୁ ଗୁପ୍ତ ଯୋଜନା

Nov 10, 2026 - 15:16
ଶେଖ ହାସିନା ଚାଲିଚାଲି ସୀମା ପାର୍ ହୋଇ ବାଂଲାଦେଶ ଯିବେ: ଡିସେମ୍ବରରେ ଢାକା ଫେରିବାକୁ ଗୁପ୍ତ ଯୋଜନା

ବାଂଲାଦେଶ ସରକାର ଶେଖ ହାସିନାଙ୍କୁ ପାସପୋର୍ଟ ଏବଂ ଜାତୀୟ ନାଗରିକତା ପ୍ରମାଣପତ୍ର ଦେବାକୁ ମନା କରିଦେଇଛନ୍ତି। ଏହା ପରେ ଆୱାମୀ ଲିଗ୍ ତାଙ୍କ ପାଇଁ ଏକ ନୂତନ ପ୍ରତ୍ୟାବର୍ତ୍ତନ ଯୋଜନା କରୁଛି। 

ବାଂଲାଦେଶ ସରକାର ଶେଖ ହାସିନାଙ୍କୁ ପାସପୋର୍ଟ ଏବଂ ଜାତୀୟ ନାଗରିକତା ପ୍ରମାଣପତ୍ର ଦେବାକୁ ମନା କରିଦେଇଛନ୍ତି। ଏହା ପରେ ଆୱାମୀ ଲିଗ୍ ତାଙ୍କ ପାଇଁ ଏକ ନୂତନ ପ୍ରତ୍ୟାବର୍ତ୍ତନ ଯୋଜନା କରୁଛି। ଯୋଜନା ଅନୁଯାୟୀ, ଶେଖ ହାସିନା ଲକ୍ଷ ଲକ୍ଷ ଆୱାମୀ ଲିଗ୍ କର୍ମୀଙ୍କ ସହିତ ଚାଲିଚାଲି ସୀମା ପାର୍ କରିବେ।ବାଂଲାଦେଶର ଡେଲି ଟାଇମ୍ସ ଖବର କାଗଜ ଅନୁଯାୟୀ,ଶେଖ ହାସିନାଙ୍କ ଆଇନଗତ ପରାମର୍ଶଦାତାଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ସରକାରଙ୍କୁ ପାସପୋର୍ଟ ପାଇଁ ଆଉ ଏକ ନୋଟିସ ପଠାଇବେ। ଯଦି ତାହାର ମଧ୍ୟ ଉତ୍ତର ନ ଦିଆଯାଏ ତେବେ ଶେଖ ହାସିନା ପଦଯାତ୍ରା କରି ଢାକା ଫେରିବେ। 

ଶେଖ ହସିନା ଡିସେମ୍ବର ୨୦-୨୧ ପାଖାପାଖି ବେନାପୋଲ ସୀମା ଦେଇ ବାଂଲାଦେଶ ଫେରିବାକୁ ଚେଷ୍ଟା କରିବେ । ୮୦ ବର୍ଷୀୟ ହସିନା ଅଗଷ୍ଟ ୨୦୨୪ ଠାରୁ ନୂଆଦିଲ୍ଲୀରେ ଅଛନ୍ତି। ଆୱାମୀ ଲିଗ୍ ନେତାଙ୍କ ସୂଚନା ଆଧାରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହସିନାଙ୍କୁ ସ୍ୱାଗତ କରିବା ପାଇଁ ଦଳ ଏକ ବଡ଼ ଯୋଜନାରେ କାମ କରୁଛି। ସମସ୍ତ ନେତାଙ୍କୁ ସୀମା ନିକଟରେ ଏକତ୍ରିତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦଳର ଶକ୍ତି ପ୍ରଦର୍ଶନ ଭାବରେ ଦେଖାଯାଉଛି।

ହତ୍ୟା ପରେ ଭାରତ ପଳାଇ ଆସିଥିଲେ
ଦଳ ଚାହୁଁଛି ଯେ, ବିଶ୍ୱବାସୀ ଦେଖିବେ ଯେ, ଶେଖ ହାସିନାଙ୍କର ବାଂଲାଦେଶରେ ଏବେ ବି ଦୃଢ଼ ପ୍ରଭାବ ଅଛି। ଛାତ୍ର ପ୍ରତିବାଦ ସମୟରେ ଯାହା ଘଟିଥିଲା ​​ତାହା ଏକ ଯୋଜନାବଦ୍ଧ ଘଟଣା ଥିଲା। ହସିନା ଚାରିଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ପିତା ଶେଖ ମୁଜିବୁର ରହମାନ ବାଂଲାଦେଶ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସେ ୧୯୮୧ ମସିହାରେ ବିମାନ ଯୋଗେ ଢାକା ଫେରି ଆସିଲେ। ୧୯୭୫ ମସିହାରେ ତାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ହତ୍ୟା ପରେ ଶେଖ ହସିନା ଭାରତ ପଳାଇ ଆସିଥିଲେ। ପ୍ରାୟ ଛଅ ବର୍ଷ ପରେ ୧୭ ମେ’ ୧୯୮୧ରେ ସେ ବିମାନ ଯୋଗେ ଢାକା ଫେରିଥିଲେ। ଢାକା ବିମାନବନ୍ଦରରେ ହଜାର ହଜାର ସମର୍ଥକ ତାଙ୍କୁ ପାଛୋଟି ନେଇଥିଲେ। ଢାକା ଫେରିବାର ଷୋହଳ ବର୍ଷ ପରେ ଶେଖ ହାସିନାଙ୍କୁ ବାଂଲାଦେଶରେ କ୍ଷମତାକୁ ଫେରିବାର ସୁଯୋଗ ମିଳିଥିଲା। ୧୯୯୬ ମସିହାରେ ସେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow