ଅନାଥ ଶିଶୁଙ୍କଠାରୁ ବୟସ୍କଙ୍କ ଯାଏଁ ସମସ୍ତଙ୍କୁ ମିଳିବ ଆଜୀବନ ଆଶ୍ରୟ, ୧୦୦ ଏକର ଜମିରେ ନୀତା ଅମ୍ବାନୀଙ୍କ ନୂଆ ପ୍ରୟାସ

Nov 2, 2026 - 14:35
Nov 2, 2026 - 14:37
ଅନାଥ ଶିଶୁଙ୍କଠାରୁ ବୟସ୍କଙ୍କ ଯାଏଁ ସମସ୍ତଙ୍କୁ ମିଳିବ ଆଜୀବନ ଆଶ୍ରୟ, ୧୦୦ ଏକର ଜମିରେ ନୀତା ଅମ୍ବାନୀଙ୍କ ନୂଆ ପ୍ରୟାସ

ଅନାଥ ଶିଶୁଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏବଂ ବିକାଶଗତ ଅକ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଆଶ୍ରୟସ୍ଥଳ । ମୁମ୍ବାଇ ନିକଟ କର୍ଜତରେ ନିର୍ମାଣ ହେବାକୁ ଯାଉଛି ୧୦୦ ଏକର ପରିମିତ ଏକ ଅତ୍ୟାଧୁନିକ ଟାଉନସିପ୍‌ । 

 ଅନାଥ ଶିଶୁଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏବଂ ବିକାଶଗତ ଅକ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଆଶ୍ରୟସ୍ଥଳ । ମୁମ୍ବାଇ ନିକଟ କର୍ଜତରେ ନିର୍ମାଣ ହେବାକୁ ଯାଉଛି ୧୦୦ ଏକର ପରିମିତ ଏକ ଅତ୍ୟାଧୁନିକ ଟାଉନସିପ୍‌ । ଏହାର ନାଁ ରହିଛି ‘ନୀତା ମୁକେଶ ଅମ୍ବାନୀ ଅନନ୍ତ ଆଶ୍ରୟ’ । ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌ ଅମ୍ବାନୀ ଏବଂ ଫାଉଣ୍ଡେସନର ନିର୍ଦ୍ଦେଶିକା ଇଶା ଅମ୍ବାନୀ ଏହି ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି ।

ଏହି ଟାଉନସିପ୍‌ରେ ପ୍ରାୟ ୫ ହଜାର ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା ହେବ। ବିଶେଷ କରି ଅନାଥ ଶିଶୁ, ବୟସ୍କ ବ୍ୟକ୍ତି ଏବଂ ବିକାଶଗତ ଅକ୍ଷମତା ଥିବା ଲୋକଙ୍କୁ ଏଠାରେ ଆଜୀବନ ଆଶ୍ରୟ ମିଳିବ । କେବଳ ରହିବା ପାଇଁ ଘର ନୁହେଁ, ବରଂ ସେମାନଙ୍କ ଜୀବନକୁ ସମ୍ମାନଜନକ ଓ ଉଦ୍ଦେଶ୍ୟପୂର୍ଣ୍ଣ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ।

ଏଠାରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା, ଯତ୍ନ ଓ ସହାୟତା ବ୍ୟବସ୍ଥା ସହ ବିଭିନ୍ନ ସୁଯୋଗ ଉପଲବ୍ଧ କରାଯିବ। ଯାହାଦ୍ୱାରା ଏହି ବର୍ଗର ଲୋକମାନେ ନିରାପଦ ପରିବେଶରେ ଜୀବନ ବିତାଇବା ସହ ନିଜ ସାମର୍ଥ୍ୟ ଅନୁସାରେ ଆଗକୁ ବଢ଼ିପାରିବେ । ‘ଅନନ୍ତ ଆଶ୍ରୟ’ କେବଳ ଏକ ଆବାସିକ ପ୍ରକଳ୍ପ ନୁହେଁ, ବରଂ ଯେଉଁମାନଙ୍କୁ ଜୀବନରେ ଦୀର୍ଘକାଳୀନ ଯତ୍ନ ଓ ସହାୟତା ଆବଶ୍ୟକ, ସେମାନଙ୍କ ପାଇଁ ଏକ ସ୍ଥାୟୀ ଆଶ୍ରୟ ଗଢ଼ିବାର ପ୍ରୟାସ । 

What's Your Reaction?

like

dislike

love

funny

angry

sad

wow