ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାର ନାଁ ‘ମୁରାସୁ’ ,ଭାରତ କାହିଁକି ବାଛିଲା ଏହି ନାମ ?

Oct 31, 2026 - 15:28
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାର ନାଁ ‘ମୁରାସୁ’ ,ଭାରତ କାହିଁକି ବାଛିଲା ଏହି ନାମ ?

ଅର୍ଣ୍ଣବ ପରେ ଏବେ ଚର୍ଚ୍ଚାରେ ଆଉ ଏକ ନାଁ—‘ମୁରାସୁ’ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ‘ମୁରାସୁ’ । ତେବେ କ’ଣ ଏହି ମୁରାସୁ? କାହିଁକି ଏହି ନାଁ ରଖାଯାଇଛି? 

 ଅର୍ଣ୍ଣବ ପରେ ଏବେ ଚର୍ଚ୍ଚାରେ ଆଉ ଏକ ନାଁ—‘ମୁରାସୁ’ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ‘ମୁରାସୁ’ । ତେବେ କ’ଣ ଏହି ମୁରାସୁ? କାହିଁକି ଏହି ନାଁ ରଖାଯାଇଛି? ମୁରାସୁ ହେଉଛି ଏକ ତାମିଲ ଶବ୍ଦ। ଏହାର ଅର୍ଥ ବଡ଼ ଢୋଲ ବା ଯୁଦ୍ଧ ଢୋଲ । ପୁରାତନ କାଳରେ ଯୁଦ୍ଧ ଘୋଷଣା, ରାଜକୀୟ ଘୋଷଣା ଏବଂ ସାଧାରଣ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ପାଇଁ ଏହି ଢୋଲ ବଜାଯାଉଥିଲା। ତାମିଲ ସଂସ୍କୃତି ଓ ପରମ୍ପରା ସହ ଏହି ନାମର ଗଭୀର ସମ୍ପର୍କ ରହିଛି । 

ବିଶେଷ କଥା ହେଉଛି, ଏହି ବାତ୍ୟାର ନାମ ଭାରତ ପକ୍ଷରୁ ପ୍ରସ୍ତାବିତ । ବଙ୍ଗୋପସାଗର ଓ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକର ନାମକରଣ ପାଇଁ ଥିବା ତାଲିକାରେ ଭାରତ ଏହି ନାମ ଦେଇଛି ।

What's Your Reaction?

like

dislike

love

funny

angry

sad

wow