ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ସାରା ଓଡିଶାରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ବିଶେଷକରି ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି।ଆଗାମୀ ୪ ଦିନରେ ରାଜ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ସେଲସେଲିୟ ବଢ଼ିପାରେ ତାପମାତ୍ରା । ବରଗଡ଼, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ୫ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଲାଗି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ଦୁଇଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସ୍ବାଭାବିକ ସମୟର ଦୁଇଦିନ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ । ଏଥିପାଇଁ ଅନୁକୂଳ ରହିଛି ପାଗ  । ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଏବଂ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ପାଣିପାଗ ନିୟାମକ ମୌସୁମୀ ସକ୍ରିୟ କରାଇବାକୁ ହେବ ସକ୍ଷମ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା