କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ୧୧ଏକର ଜମି ବିବାଦ ମାମଲା : ସରକାରୀ ଖାତାକୁ ଫେରିଲା ୧୧ ଏକରରୁ ଅଧିକ ଜମି
କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ୧୧ଏକର ଜମି ବିବାଦ ମାମଲା । ରାଜସ୍ବ ପର୍ଷଦ ସଦସ୍ୟଙ୍କ ଐତିହାସିକ ରାୟ। ୧୧୦କୋଟିରୁ ଅଧିକ ଟଙ୍କାର ମୂଲ୍ୟବାନ ଜମିକୁ ନେଇ ନିଷ୍ପତ୍ତି ହୋଇଛି
କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ୧୧ଏକର ଜମି ବିବାଦ ମାମଲା । ରାଜସ୍ବ ପର୍ଷଦ ସଦସ୍ୟଙ୍କ ଐତିହାସିକ ରାୟ। ୧୧୦କୋଟିରୁ ଅଧିକ ଟଙ୍କାର ମୂଲ୍ୟବାନ ଜମିକୁ ନେଇ ନିଷ୍ପତ୍ତି ହୋଇଛି । ତୁରନ୍ତ ସରକାରୀ ଖାତାକୁ ଜମି ଫେରାଇବାକୁ ବନ୍ଦୋବସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଅନୁମୋଦନ ସହ ୨ଟି ରିଭିଜନ ମାମଲା ଦାଖଲ କରିଥିଲେ ପୁରୀ ଜିଲ୍ଲାପାଳ।
୨୦୨୫ ମସିହାରେ ରାଜସ୍ବ ପର୍ଷଦଙ୍କ ନିକଟରେ ଦାୟର ହୋଇଥିଲା ମାମଲା। ଏହି ମାମଲାର ଗୁରୁତ୍ବକୁ ଉପଲବ୍ଧ କରି ପ୍ରାଥମିକତାରେ ବିଚାର କରିଥିଲେ ରାଜସ୍ବ ପର୍ଷଦ ସଦସ୍ୟ। ପୁରୁଣା ହାତପଟା ଓ ରାଜସ୍ବ ରେକର୍ଡର ବୈଧତା ଦୃଷ୍ଟିରୁ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। ବନ୍ଦୋବସ୍ତ ଆୟୁକ୍ତଙ୍କ ୧୯୮୯ମସିହାର ଆଦେଶକୁ ରଦ୍ଦ କରାଯାଇଛି। ସରକାରୀ ଖାତାକୁ ଫେରିଛି ୧୧ ଏକରରୁ ଅଧିକ ଜମି। ୧୧୦ କୋଟି ଟଙ୍କାର ଜମି ଉପରୁ ହଟିଛି ଜବରଦଖଲ। ନାଲି ପତାକା ମାରି ଜମିକୁ ନିଜ ଦଖଲକୁ ନେଇଛି ଜିଲ୍ଲା ପ୍ରଶାସନ। କୋଣାର୍କ ବିକାଶରେ ବାଧକ ସାଜିଥିବା ଜବରଦଖଲ ହଟାଇବାକୁ ପ୍ରଶାସନର ବଡ଼ ପଦକ୍ଷେପ।
What's Your Reaction?