ଦେହରେ ସୁନା, ଷ୍ଟାଇଲ୍‌ରେ ମହାରାଜା! କୋଟି କୋଟି ଟଙ୍କାର ସୁନା ପିନ୍ଧନ୍ତି ଏହି ଚାଷୀ

Nov 20, 2026 - 14:52
ଦେହରେ ସୁନା, ଷ୍ଟାଇଲ୍‌ରେ ମହାରାଜା! କୋଟି କୋଟି ଟଙ୍କାର ସୁନା ପିନ୍ଧନ୍ତି ଏହି ଚାଷୀ

ସୁନା ପ୍ରତି ରହିଛି ଅହେତୁକ ଦୁର୍ବଳତା। ସୁନା କିଣିବା ତ ଅନେକଙ୍କର ସଉକ, ହେଲେ ଦେହରେ କିଲୋ କିଲୋ ସୁନା ପିନ୍ଧି ବୁଲିବା କଥା ଶୁଣିଛନ୍ତି କି? ବେକରେ ମୋଟା ମୋଟା ସୁନା ଚେନ୍, ହାତରେ ସୁନାର କଡ଼ା, ଆଙ୍ଗୁଠିରେ ଦାମୀ ମୁଦି। ଏମିତିକି ବାଇକ୍ ବି ସୁନାରେ ଝଲମଲ୍। 

ସୁନା ପ୍ରତି ରହିଛି ଅହେତୁକ ଦୁର୍ବଳତା। ସୁନା କିଣିବା ତ ଅନେକଙ୍କର ସଉକ, ହେଲେ ଦେହରେ କିଲୋ କିଲୋ ସୁନା ପିନ୍ଧି ବୁଲିବା କଥା ଶୁଣିଛନ୍ତି କି? ବେକରେ ମୋଟା ମୋଟା ସୁନା ଚେନ୍, ହାତରେ ସୁନାର କଡ଼ା, ଆଙ୍ଗୁଠିରେ ଦାମୀ ମୁଦି। ଏମିତିକି ବାଇକ୍ ବି ସୁନାରେ ଝଲମଲ୍। ତାଙ୍କ ଷ୍ଟାଇଲ୍ ଦେଖିଲେ ଆଖି ଖୋସି ହୋଇଯିବ। ଇଏ କୌଣସି ଫିଲ୍ମର ରାଜା ନୁହନ୍ତି, ବରଂ ଜଣେ ଚାଷୀ। ସୁନା ପିନ୍ଧିବାର ନିଆରା ସଉକ ପାଇଁ ଏବେ ସାରା ଦେଶରେ ଚର୍ଚ୍ଚାରେ। ଏ ହେଉଛନ୍ତି ବିହାରର ଗୋଲ୍ଡମ୍ୟାନ୍ ପ୍ରେମ କୁମାର ସିଂହ। ବିହାରର ଭୋଜପୁର ଜିଲ୍ଲା ବାସଦେବପୁର ଗାଁରେ ତାଙ୍କ ଘର। ଚାଷୀ କିମ୍ବା ଠିକାଦାର ଭାବେ ନୁହେଁ। ସୁନା ପ୍ରତି ତାଙ୍କର ଭଲପାଇବା ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ। ଯେଉଁଆଡ଼େ ଯାଆନ୍ତି, ଲୋକଙ୍କ ନଜର ପଡ଼େ ତାଙ୍କ ସୁନା ଗହଣା ଉପରେ।

ପ୍ରେମ କୁମାରଙ୍କ ସୁନା ପ୍ରେମର କାହାଣୀ କେବଳ ଚେନ୍‌ରେ ସୀମିତ ନାହିଁ। ତାଙ୍କ ପାଖରେ ରହିଛି ଦାମୀ ଦାମୀ ସୁନା ଗହଣାର ସମ୍ଭାର। ବେକରେ ଏକାଧିକ ମୋଟା ସୁନା ଚେନ୍, ହାତରେ କଡ଼ା, ଆଙ୍ଗୁଠିରେ ସୁନା ମୁଦି ଆଉ ଛାତିରେ ହନୁମାନଙ୍କ ସ୍ୱତନ୍ତ୍ର ଲକେଟ୍। ତାଙ୍କର ଏହି ସବୁ ଗହଣାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଏ। ସୁନାର ଚମକ ହିଁ ତାଙ୍କ ଷ୍ଟାଇଲ୍‌ର ସବୁଠୁ ବଡ଼ ପରିଚୟ।

କେବଳ ନିଜ ଦେହରେ ସୁନା ପିନ୍ଧିବା ନୁହେଁ, ନିଜ ଗାଡ଼ିକୁ ବି ଦେଇଛନ୍ତି ସୁନାର ଲୁକ୍। ତାଙ୍କ ପାଖରେ ରହିଛି ୨୪ କ୍ୟାରେଟ୍ ସୁନାର ଆସ୍ତରଣ ଥିବା ଏକ ସ୍ୱତନ୍ତ୍ର ବୁଲେଟ୍ ବାଇକ୍। ଏହି ବାଇକ୍ ରାସ୍ତାକୁ ବାହାରିଲେ ଲୋକଙ୍କ ନଜର ଅଟକିଯାଏ। ସୁନା ପ୍ରତି ତାଙ୍କର ଏହି ଅଜବ ଦୁର୍ବଳତା ତାଙ୍କୁ ସାଧାରଣ ଲୋକଙ୍କଠାରୁ ଭିନ୍ନ କରିଛି। ସାଧାରଣତଃ ଲୋକେ ସୁନାକୁ ନିଜର ସଞ୍ଚୟ ଓ ଭବିଷ୍ୟତର ସମ୍ପତ୍ତି ଭାବେ ଦେଖନ୍ତି। ହେଲେ ପ୍ରେମ କୁମାରଙ୍କ ପାଇଁ ସୁନା କେବଳ ଏକ ଧାତୁ ନୁହେଁ, ବରଂ ତାଙ୍କ ସଉକ ଓ ଷ୍ଟାଇଲ୍‌ର ପରିଚୟ। ଚାଷବାସରୁ ଆରମ୍ଭ କରି ଠିକାଦାରୀ ପର୍ଯ୍ୟନ୍ତ କାମ କରୁଥିବା ଏହି ବ୍ୟକ୍ତି ନିଜର ନିଆରା ସଉକ ପାଇଁ ଏବେ ଚର୍ଚ୍ଚାରେ। ସେଥିପାଇଁ ତ ତାଙ୍କୁ ମିଳିଛି ଗୋଟିଏ ନାଁ, 'ବିହାରର ଗୋଲ୍ଡମ୍ୟାନ୍'।

What's Your Reaction?

like

dislike

love

funny

angry

sad

wow