ଅନୁଭବ ମହାନ୍ତିଙ୍କୁ ବଡ ଝଟକା; ଜାରି ରହିବ ଯୌତୁକ ନିର୍ଯାତନା ମାମଲା
ଓଲିଉଡ୍ ତାରକା ଅନୁଭବ ମହାନ୍ତିଙ୍କୁ ମିଳିଛି ବଡ ଝଟକା । ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ଉଚ୍ଚନ୍ୟାୟଳୟ। ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯାତନା ମାମଲା । ତଳ ଅଦାଲତଙ୍କ ଚାର୍ଜଫ୍ରେମକୁ କାଏମ ରଖିଛନ୍ତି ଉଚ୍ଚ ନ୍ୟାୟାଳୟ । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା ନେଇ ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।
What's Your Reaction?