ଭିଜିଲାନ୍ସ ପଞ୍ଝାରେ ଏଆର୍‌ଆଇ ,୮ଟି ସ୍ଥାନରେ ଚାଲିଛି ଚଢାଉ

Dec 26, 2024 - 13:46
 0  3
ଭିଜିଲାନ୍ସ ପଞ୍ଝାରେ ଏଆର୍‌ଆଇ ,୮ଟି ସ୍ଥାନରେ ଚାଲିଛି ଚଢାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଏଆର୍‌ଆଇ ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ  । ଏକାସାଙ୍ଗ ୮ଟି ଠିକଣାରେ ଚାଲିଛି ଚଢାଉ । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ରହିଛି ବାସଭବନ, କାର୍ଯ୍ୟାଳୟ, ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଏବଂ ସଂପର୍କୀୟଙ୍କ ଘର । ବର୍ତ୍ତମାନ ଯାଏଁ ଏହି ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି,ସେନେଇ ମିଳିନାହିଁ  ସ୍ପଷ୍ଟ ସୂଚନା। 

What's Your Reaction?

like

dislike

love

funny

angry

sad

wow