ରୁବେନ ବାନାର୍ଜୀଙ୍କ ବହିକୁ ନେଇ ତେଜିଲା ରାଜନୀତି

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ତେଜିଲା ରାଜନୀତି । ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଏନେଇ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି ରୁବେନ ବାନାର୍ଜୀ। ତାଙ୍କ ସହ କଥା ହୋଇ ନାହାନ୍ତି କି ସାକ୍ଷାତକାର ବି ନେଇ ନାହାନ୍ତି। ବିରୋଧୀଦଳ, ବିଭିନ୍ନ ସ୍ଥାନରେ ହେଉଥିବା ଚର୍ଚ୍ଚା ଏବଂ କଳ୍ପନା ଆଧାରରେ ସେ ଗୋଟିଏ ଉପନ୍ୟାସ ଲେଖିଛନ୍ତି। କାହା ଉପରେ ଲେଖିବା ବେଳେ ତାଙ୍କ ମତାମତ ନେବା କଥା ଓ ଘଟଣାର ସୋର୍ସ ଲେଖିବ କଥା । କିନ୍ତୁ ଯେଉଁ ମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି ସେମାନଙ୍କ ମତାମତ ନେଇ ବହି ଲେଖିଛନ୍ତି ରୁବେନ। ସୌଜନ୍ୟତା ଦୃଷ୍ଟିରୁ ମତାମତ ନେବାର ଥିଲା। କିନ୍ତୁ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି ରୁବେନ ବାନାର୍ଜୀ। ନବୀନଙ୍କ ପ୍ରତି ଲୋକଙ୍କର ରହିଛି ସମର୍ଥନ । କିନ୍ତୁ ଚା ଖଟି, ତାସ ଖଟିରେ ଚର୍ଚ୍ଚା ଓ ବିରୋଧୀ ଦଳର ଭାଷାକୁ ନିଜ ବହିରେ ସଜେଇ ଲେଖି ଥିବା ଅଭିଯୋଗ କରିଛନ୍ତି ଅରୁଣ । ଏବେ ରୁବେନ୍ ବାନାର୍ଜୀ ବିଜେପି ବିରୋଧରେ ଲେଖି ଦେଖାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଅରୁଣ ସାହୁ ।
What's Your Reaction?






