ଭଙ୍ଗାହେବ ଓଡ଼ିଶା ଭବନ

Sep 9, 2024 - 15:03
 0  1
ଭଙ୍ଗାହେବ ଓଡ଼ିଶା ଭବନ

ଭଙ୍ଗାହେବ ଓଡ଼ିଶା ଭବନ । ବିପଦପୂର୍ଣ୍ଣ ଘୋଷଣା କରି ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର କରାଯାଇଥିଲା ଯାଞ୍ଚ । ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ହୋଇଥିଲା  ସ୍ପଷ୍ଟ। ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ ଦିଆଯାଇଥିଲା ରିପୋର୍ଟ । ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ଆଉ ଏକ କରାଯାଇଥିଲା ଚିଠି। ଯେଉଁଥିରେ ମରାମତି ପରେ ବି ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଦର୍ଶାଯାଇଥିଲା । ଏନେଇ ଚିଠି କରିଥିଲେ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ । ଏହି ରିପୋର୍ଟକୁ ବିଚାର କରିବା ପରେ ଏବେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର।

What's Your Reaction?

like

dislike

love

funny

angry

sad

wow