ମଙ୍କିପକ୍ସକୁ ନେଇ ସତର୍କ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ

Sep 9, 2024 - 15:05
 0  1
ମଙ୍କିପକ୍ସକୁ ନେଇ  ସତର୍କ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ

ମଙ୍କିପକ୍ସକୁ ନେଇ ପ୍ରତିକ୍ରିୟା ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି ଯେ,ମଙ୍କିପକ୍ସ ନେଇ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଓଡିଶା ସରକାର।  ଦେଶର ଜଳ, ସ୍ଥଳ, ଆକାଶ, ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ସ୍ଥାନରେ ଜାରି ହୋଇଛି ସତର୍କତା । ଯେହେତୁ ମଙ୍କିପକ୍ସ ବହୁଳ ମାତ୍ରାରେ ସଂକ୍ରାମକ । ଏଣୁ ଆନ୍ତର୍ଜାତୀୟ ଭ୍ରମଣ ଇତିହାସ ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ଦେଶକୁ ବୁଲି ଆସୁଛନ୍ତି, ମଙ୍କିପକ୍ସ ଲକ୍ଷଣ ଦେଖାଯାଉଛି, ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ପୃଥକବାସ କରି ରଖାଯିବାର ହୋଇଛି ବ୍ୟବସ୍ଥା । ରବିବାର ଦିନ ଏଭଳି ଜଣେ ବ୍ୟକ୍ତିଙ୍କୁ ପୃଥକବାସ କରି ରଖାଯାଇଛି ।ଉକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା  ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।

What's Your Reaction?

like

dislike

love

funny

angry

sad

wow