ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି

Sep 9, 2024 - 15:13
 0  1
ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି

ମାଲକାନଗିରିରେ ଲଘୁଚାପଜନିତ ବର୍ଷା ପାଇଁ ଦୁଇ ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ । ଆଇଏସ ବିଷ୍ଣୁପଦ ସେଠୀଙ୍କୁ ତଦାରଖ ଦାୟିତ୍ୱ ମିଳିଥିବା ବେଳେ ଏଡିଜି ସଂଜୟ କୁମାରଙ୍କୁ ମିଳିଛି ଆଇନଶୃଙ୍ଖଳା ଦାୟିତ୍ୱ। ସେପଟେ ମାଲକାନଗିରିରେ ଜାରି ରହିଛି ଲଗାଣ ବର୍ଷା । ଚାରି ଆଡେ ସୃଷ୍ଠି ହୋଇଛି ଜଳଗଗ୍ନ ସ୍ଥିତି।ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ମାଲକାନଗିରି ଜିଲ୍ଲା ,ଗତ ୨୪ ଘଣ୍ଟାରେ ଜିଲ୍ଲାରେ ରେକ ହୋଇଛିର୍ଡ ୧୮୧ ମିଲିମିଟର ବର୍ଷା । କେବଳ ମାଲକାନଗିରିରେ ୨୫୩ ମିଲିମିଟର, ଚିତ୍ରକୋଣ୍ଡାରେ ୨୨୫, ଖଇରପୁଟରେ ୨୧୭, କୋରକୋଣ୍ଡାରେ ୨୦୦ ମିଲିମିଟର ବର୍ଷା ହୋଇଛି ରେକର୍ଡ । ପ୍ରବଳ ବର୍ଷା ଯୋଗୁ ପୋଟେରୁ ପୋଲ ଉପରେ ଚାଲୁଛି ୧୦ ଫୁଟ ପାଣି।ଅନ୍ୟପଟେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ୟ୍ୟାଳୟରେ ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ଏଥିରେ ସ୍ବତନ୍ତ୍ର ରିଲିଫ କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଥିଲେ ଉପସ୍ଥିତ।ବିଭିନ୍ନ ସ୍ଥାନରେ ବର୍ଷା ସ୍ଥିତି ଓ ଏହାର ମୁକାବିଲା ନେଇ ବୈଠକରେ କରାଯାଇଛି ଆଲୋଚନା । ମାଲକାନଗିରି ଓ କୋରାପୁଟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁରୀ ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ ।

What's Your Reaction?

like

dislike

love

funny

angry

sad

wow