ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ବଡ଼ ବୟାନ
ରାଜ୍ୟରେ ଆଗାମୀ ଦିନରେ ନିଶ୍ଚିତ ଭାବରେ ହେବ ମେଟ୍ରୋ । ବର୍ତ୍ତମାନ ସ୍ଥିତିରେ ମେଟ୍ରୋ କରି ନିଜର ନିର୍ବାଚନ ଚାଲ ଖେଳିବା ଏବଂ ପ୍ରତିବର୍ଷ ଦୁଇ ହଜାର କୋଟି କ୍ଷତି କରିବାର ନାହିଁ କୌଣସି ଆବଶ୍ୟକତା । ଆଗାମୀ ଦିନରେ ମେଟ୍ରୋକୁ ନେଇ ଗମ୍ଭୀର ଅଛନ୍ତି ସରକାର । ମୋବିଲିଟି ପ୍ଲାନ ହେଲା ପରେ ମେଟ୍ରୋକୁ ନେଇ ସରକାର ଚିନ୍ତା କରିବେ ବୋଲି ବୟାନ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଏଥିସହ ମେଟ୍ରୋ ପ୍ରକଳ୍ପକୁ ନେଇ ପୂର୍ବ ସରକାରକୁ ଦୋଷ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ।
What's Your Reaction?