କୁବେର ଇଞ୍ଜିନିୟର ପ୍ରଭାସ ପ୍ରଧାନ
![କୁବେର ଇଞ୍ଜିନିୟର ପ୍ରଭାସ ପ୍ରଧାନ](https://kalingascroll.in/uploads/images/202408/image_870x_66add94a2507a.jpg)
ଗତକାଲି ଦିନ ସାରା ଚଢାଉ ପରେ ଆଜି ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ ।ପ୍ରପର୍ଟି ଷ୍ଟେଟମେଣ୍ଟରେ ତଥ୍ୟ ଲୁଚାଇଥିଲେ ପ୍ରଭାସ ପ୍ରଧାନ। ଚଢ଼ଉ ସମୟରେ ତାଙ୍କ ପାଖରେ ୮୫ଟି ପ୍ଲଟ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ କେବଳ ଜଳେଶ୍ୱରରେ ରହିଛି ୮୦ଟି ପ୍ଲଟ । ସେହିପର ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଥିବା ମିଳିଛି ସୂଚନା। ଚଢାଉ ସମୟରେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ୨୧୮ ଗ୍ରାମର ସୁନା ଗହଣା , ଏକ ସୁନା ବିସ୍କୁଟ ମଧ୍ୟ ହୋଇଛି ଜବତ । ଜଳେଶ୍ୱର ବଡ଼ ବଜାରରେ ଥିବା ତାଙ୍କ ପୈତୃକ ଘର, ନୂଆ କରି ତିଆରି ହେଉଥିବା ୫ ମହଲା ରହିଛି। ଏହା ସହ ସେହି ବଡ଼ବଜାରରେ ଥିବା କୋଠା, ମାର୍କେଟ୍ କମ୍ପ୍ଲେକ୍ସ, ଆଇଟିଆଇଟି ଛକରେ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ଜଳେଶ୍ୱରରେ ଥିବା ଜଣେ ସହଯୋଗୀଙ୍କ ଘରେ ମଧ୍ୟ ହୋଇଛି ଚଢାଉ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)