ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ୧୩କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ହାସପାତାଳରେ ଚିକିତ୍ସିତ ହେଉଥିବା ବେଳେ ପୂର୍ବରୁ ଡିସଚାର୍ଜ ହୋଇସାରିଛନ୍ତି ୬ଜଣ । ଆଜି ପ୍ରାଣ ହରାଇଥିବା ଦୁଇ ଜଣ ହେଉଛନ୍ତି ବଳରାମ ଦାସ, ଓ ମନମୋହନ ବେହେରା । ତେବେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ତରଫରୁ ଘୋଷଣା କରାଯାଇଛି ୪ ଲକ୍ଷ ଟଙ୍କାର ସହାୟତା ରାଶି ।
What's Your Reaction?






