ହିଟ୍ ୱେଭକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସତର୍କତା

Jun 3, 2024 - 13:20
 0  8
ହିଟ୍ ୱେଭକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସତର୍କତା

ଓଡିଶାରେ ଅତି ଉତ୍ତାପ ସ୍ଥିତିକୁ ନେଇ ସତର୍କତା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି ଯେ, ଗତକାଲି ହୋଇଥିବା ବର୍ଷା ପାଇଁ ସାମାନ୍ୟ କମିଛି ଉତ୍ତାପ  । କିନ୍ତୁ ଆଗକୁ ଆହୁରିବଢିପାରେ ଅତି ଉତ୍ତାପ ସ୍ଥିତି। ଏଥିପାଁଇ ଜିଲ୍ଲାପାଳ ଓ ସିଡିଏମଓମାନଙ୍କୁ ସତର୍କ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ବିଶେଷ କରି ଖଣି ଅଞ୍ଚଳ ,ସୁନ୍ଦରଗଡ ଓ ଝାରସୁଗୁଡାରେ ଅଧିକ ରହିଛି  ହିଟ୍ ୱେଭ ମାମଲା । ଚଳିତ ଗ୍ରୀଷ୍ମଋତୁରେ ଗତକାଲି ସୁଦ୍ଧା ୨୬ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି । ଏଥିରୁ ୨୦ ମାମଲା ରାଉରକେଲାର । ସେମାନଙ୍କୁ ମଧ୍ୟରୁ ହାସପାତାଳ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

What's Your Reaction?

like

dislike

love

funny

angry

sad

wow