ଓଡିଶାରେ ସକାଳେ ତାତି ,ଅପରାହ୍ନରେ ବର୍ଷା ସମ୍ଭାବନା।

ଓଡିଶାରେ ସକାଳେ ତାତି ଏବଂ ଅପରାହ୍ନରେ ରହିଛି ବର୍ଷା ସମ୍ଭାବନା। ଦକ୍ଷିଣ ପୂର୍ବ ବା ପୂର୍ବ ଦିଗରୁ ଓଡ଼ିଶା ଆଡ଼କୁ ରହିଛି ପବନର ଦିଗ। ପ୍ରଭାବରେ ଜଳୀୟ ବାଷ୍ପ ଆସିବା ସହ କେତେକ ସ୍ଥାନରେ ହେବ ମୌସୁମୀ ବର୍ଷା। ବିଶେଷ ଭାବେ ଦକ୍ଷିଣ ଅଭ୍ୟନ୍ତରୀଣ ଅପେକ୍ଷା ଉପକୂଳ ଓଡ଼ିଶାରେ ବର୍ଷା ହେବ। ୧୫ ରୁ ଦକ୍ଷିଣ ପଶ୍ଚିମ ଦିଗରୁ ପବନର ବେଗ ରହିବ,ଯେଉଁଥିରେ ବଢିପାରେ ମୌସୁମୀ ଜନିତ ବର୍ଷାର ପରିଣାମ। ସେହିପରି ୧୭/୧୮ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ।ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ। ଆଉ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ହେବ ବର୍ଷା।
What's Your Reaction?






