ଆଗକୁ ଅଗ୍ରସର ହେଲା ମୌସୁମୀ

ଆଗକୁ ଅଗ୍ରସର ହେଲା ମୌସୁମୀ । ଦକ୍ଷିଣ ଓଡିଶାର କିଛି ଅଞ୍ଚଳ କଳାହାଣ୍ଡି, ରାୟଗଡା, ଗଜପତିକୁ ପ୍ରବେଶ କରିଛି ମୌସୁମୀ ବାୟୁ । ମୌସୁମୀ ବାୟୁ ଅଗ୍ରସର କରିବାକୁ ରାଜ୍ୟରେ ଅନୁକୂଳ ରହିଛି ପାଗ। ୩ରୁ ୪ ଦିନ ଭିତରେ ମୌସୁମୀ ବାୟୁ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବେଶ କରିବାର ରହିଛି ସମ୍ଭାବନା । ଯାହାଫଳରେ ୨୧ରୁ ୨୨ ତାରିଖରେ ବର୍ଷାର ବିସ୍ତୃତି ବଢିବା ସହ ୨୩ ତାରିଖରେ ହେବ ମୌସୁମୀ ବର୍ଷା ତା ସହିତ ଆଗାମୀ ୪୮ ଘଣ୍ଟା ପରେ କମିବ ପ୍ରଚଣ୍ଡ ଗୁଳୁଗୁଳିର ମାତ୍ରା ।
What's Your Reaction?






