ଚଳିତ ବର୍ଷ ଓଡିଶାରେ କମ୍ ଶୀତ ଅନୁଭୂତ
ଚଳିତ ବର୍ଷ ଓଡିଶାରେ ଅନୁଭୂତ ହୋଇପାରେ କମ୍ ଶୀତ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରିରେ ସ୍ୱାଭାବିକଠାରୁ ଅଧିକ ରହିବ ରାତି ତାପମାତ୍ରା। ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି। ଡିସେମ୍ବର ମାସରୁ ଫେବ୍ରୁଆରୀ ମାସ ଯାଏ ରାଜ୍ୟରେ ସମ୍ଭାବ୍ୟ ପାଣିପାଗ ସ୍ଥିତିକୁ ନେଇ ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ତିନି ମାସ ଯାଏ ରାତି ତାପମାତ୍ରା ଭଳି ରହିବ ଦିନ ତାପମାତ୍ରା। ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଦିନ ତାପମାତ୍ରା ଅଧିକ ରହିବ। ରାଜ୍ୟରେ ଆଦୌ ରହିବନି ଶୀତ ଲହରୀ। ଅର୍ଥାତ୍ ଡିସେମ୍ବରରୁ ଫେବ୍ରୁଆରୀ ଯାଏ ଶୀତ ଲହରୀ ଭଳି ସ୍ଥିତି ସୃଷ୍ଟି ହେବାର ରହିଛି କ୍ୱଚିତ୍ ସମ୍ଭାବନା। ସେହିଭଳି ଏ ମାସରେ ଅଧିକ ବର୍ଷା ହେବାର ରହିଛି ସମ୍ଭାବନା।
What's Your Reaction?