ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଜୟପୁରରେ ଥିବା ତିନି ମହଲା ଘର, ଗଂଜାମ ବେଲଗୁଣ୍ଠାରେ ଥିବା ଦୁଇ ମହଲା ପୈତୃକ ଘର , ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ସମ୍ପର୍କୀୟ ଘରେ,ଜୟପୁର ବ୍ଲକରେ ଥିବା କାର୍ଯ୍ୟାଳୟ, ଜୟପୁର ମୁନିସିପାଲିଟିରେ ଥିବା କାର୍ଯ୍ୟାଳୟରେ ଚାଲିଛି ଚଢାଉ । ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହେଲାଣି ଜବତ । ଜୟପୁର ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ସହ ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଶ୍ୱନାଥ ପାତ୍ର ।
Jangyaseni Parida