ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣର ମାଷ୍ଟର ମାଇଣ୍ଡ ୟୁନୁସ ସରକାର

ବାଂଲାଦେଶରେ ହେଉଥିବା ହତ୍ୟାକାଣ୍ଡ ଏବଂ ସଖ୍ୟାଲଘୁଙ୍କୁ କରାଯାଉଥିବା ନିଶାଣ ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସ । ଏଭଳି ଅଭିଯୋଗ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା। ନ୍ୟୁୟର୍କରେ ଆୱାମି ଲିଗର ଏକ ଇଭେଣ୍ଟକୁ ସମ୍ବୋଧିତ କରି ହସିନା କହିଛନ୍ତି ଯେ, ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକସ୍ଥଳ ଇସ୍କନ ଉପରେ ହେଉଥିବା ଆକ୍ରମଣ ପାଇଁ ଦାୟୀ ୟୁନୁସ ସରକାର। ମୋ ଉପରେ ସାମୁହିତ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି। କିନ୍ତୁ ବାସ୍ତବରେ ଛାତ୍ର ସଂଯୋଜକମାନଙ୍କ ସହ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ଏପରି କରୁଛ ମହମ୍ମଦ ୟୁନୁସ।ସେ ଆହୁରି କହିଛନ୍ତି ଯେ,ବର୍ତ୍ତମାନ ଶିକ୍ଷକ, ପୁଲିସ ସମସ୍ତଙ୍କୁ କରାଯାଉଛି ହତ୍ୟା। ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କୁ କରାଯାଉଛି ନିଶାଣ। ଚର୍ଚ୍ଚ ଏବଂ ଅନେକ ମନ୍ଦିର ଉପରେ କରାଯାଇଛି ଆକ୍ରମଣ । କାହିଁକି ସଂଖ୍ୟାଲଘୁଙ୍କୁ ବାଂଲାଦେଶରେ ନିଶାଣ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ହସିନା।ଏଥିସହ ସେ କହିଛନ୍ତି ଯେ, ତାଙ୍କ ପିତାଙ୍କ ଭଳି ତାଙ୍କୁ ମଧ୍ଯ ହତ୍ୟା କରିବା ପାଇଁ କରାଯାଇଥିଲା ଯୋଜନା । ସେ ଯଦି କ୍ଷମତାକୁ ଧରି ରଖିଥାନ୍ତେ, ତେବେ ଆହୁରି ଭୟଙ୍କର ହୋଇ ଯାଇଥାନ୍ତା ପରିସ୍ଥିତି ।
What's Your Reaction?






