ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ପହଲଗାଓଁ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ଅନ୍ତିମ ସଂସ୍କାର ହୋଇଛି ସମ୍ପନ୍ନ। ସକାଳୁ ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏହାସହିତ ମୃତକଙ୍କ ପରିବାକୁ ସହାୟତା ରାଶି ମଧ୍ୟ କରିଛନ୍ତି ଘୋଷଣା ।ଘୋଷଣା ମୁତାବକ,ମୃତ ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ତାଙ୍କ ପତ୍ନୀଙ୍କୁ ମିଳିବ ସରକାରୀ ଚାକିରି , ପୁଅର ପାଠପଢା ଖର୍ଚ୍ଚ ବହନ କରିବେ ସରକାର । ତିନିଦିନ ପୂର୍ବେ ପ୍ରଶାନ୍ତ ପତ୍ନୀ ଓ ପୁଅ ସହ ପହଲଗାଓଁ ବୁଲିବାକୁ ଯାଇଥିବାବେଳେ ସେଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ହୋଇଥିଲେ ଶିକାର । ଏହି ଆକ୍ରମଣରେ ପ୍ରଶାନ୍ତଙ୍କ ସମେତ ୨୮ ଜଣ ପର୍ଯ୍ୟଟକଙ୍କ ଘଟିଛି ମୃତ୍ୟୁ ।
What's Your Reaction?






