ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।ଏହି କ୍ରମରେ ଅଙ୍ଗନବାଡ଼ି ସୁପରଭାଇଜର ଚାକିରି ପାଇଁ ଏଣିକି ଆଶାୟୀ ସ୍ନାତକ କରିଥିବା ଆବଶ୍ୟକ । ପୂର୍ବରୁ ମାଟ୍ରିକ ଉତ୍ତୀର୍ଣ୍ଣ କରିଥିବା ଆଶାୟୀ ଏହି ଚାକିରି ପାଇଁ କରିପାରୁଥିଲେ ଆବେଦନ, କିନ୍ତୁ ଏବେ କେବଳ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ପିଲାମାନେ ହିଁ ଏହି ଚାକିରି ପାଇଁ କରିପାରିବେ ଆବେଦନ । ଏହାକୁ ନେଇ ଆଜି କ୍ୟାବିନେଟ୍ ବୈଠକରେ ନିଆଯାଇଛି ନିଷ୍ପତ୍ତି।ଏହାସହ ସଂଶୋଧନ ହୋଇଛି ଅବକାରୀ ବିଭାଗ ନିୟମ ୨୦୧୭। ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ତିଆରି କରାଯିବ ୨୪ଟି ପଦବି । ଅବକାରୀ କନେଷ୍ଟବଳ ଡିଭିଜନ ବଦଳାଯାଇ କରାଯାଇଛି ଜିଲ୍ଲା କ୍ୟାଡର । ଜଲସମ୍ପଦ ବିଭାଗ ୧୦୮ କୋଟି ବ୍ୟୟରେ ନିର୍ମାଣ କରିବ ବୈତରଣୀ ବାମ ଏବଂ ଡାହାଣ କେନାଲ । ଏହାଦ୍ୱାରା ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ହେବ ଜଳସେଚିତ । ଆଗାମୀ ୫ ବର୍ଷ ପାଇଁ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ୨୩୯୮ କୋଟି କ୍ୟାବିନେଟ ମଞ୍ଜୁର କରିଛି ସ୍ୱାସ୍ଥ୍ୟ ବିଭାଗ ।
What's Your Reaction?






