ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

Sep 10, 2024 - 14:43
 0  4
ମାଲକାନଗିରିରେ ସର୍ବାଧିକ ବର୍ଷା ରେକର୍ଡ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଓଡିଶାରେ ଲଗାଣ ବର୍ଷା ଓ ବନ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ, ୩୦ ଜିଲ୍ଲାରେ ହୋଇଛି ବର୍ଷା । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି ରେକର୍ଡ । କୋରାପୁଟ ଜିଲ୍ଲାରେ ମଧ୍ୟ ରହିଛି ବର୍ଷାର ପ୍ରଭାବ । ସମସ୍ତ ଜିଲ୍ଲାପାଳଙ୍କୁ ଆଗୁଆ କରାଯାଇଥିଲା ସତର୍କ । ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ ୬ଟି ଓଡ୍ରାଫ ଓ ୫ଟି ଅଗ୍ନିଶମ ଦଳ। ରାସ୍ତା ଉପରେ ପାଣି ପ୍ରବାହିତ ହେବାରୁ  ଉପୁଜିଥିଲା ସମସ୍ୟା। ବର୍ଷା ସତ୍ତ୍ବେ କାହାର ମୃତ୍ୟୁ ହୋଇନାହିଁ । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ସଚିବ ସହିତ କଥା ହୋଇଥିଲେ ରାଜ୍ୟ ଅତିରିକ୍ତ ଶାସନ ସଚିବ । ବିଏସଏସକୁ ରଖାଯାଇଥିଲା ଷ୍ଟାଣ୍ଡବାଏ । ଚପର ମଧ୍ୟ ହୋଇଥିଲା ପ୍ରସ୍ତୁତ । ମାଲକାନଗିରି ଜିଲ୍ଲାରେ ୧୭୦୦ ଲୋକଙ୍କୁ ସମସ୍ତ ରିଲିଫ ସେଣ୍ଟରକୁ କରାଯାଇଛି ସ୍ଥାନାନ୍ତରିତ। ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ । ଅନ୍ୟପଟେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଭୁସ୍ଖଳନ ଯୋଗୁଁ ଆହତ ହୋଇଛନ୍ତି ଜଣେ । ବନ୍ୟା ଓ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭାଙ୍ଗିଛି ଘର । ଲୋକଙ୍କ ପାଖରେ ଯୋଗାଇ ଦିଆଯିବ ସମସ୍ତ ସୁବିଧା । ବର୍ଷା ଓ ବନ୍ୟା ଯୋଗୁଁ ବିଚ୍ଛିନ୍ନ ହୋଇଛି ମାଲକାନଗିରି ଜିଲ୍ଲା। ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow