ଖୋର୍ଦ୍ଧା ଇଭିଏମ ଭଙ୍ଗାରୁଜା ମାମଲାର ରାୟ ସଂରକ୍ଷିତ ରଖିଲେ ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍

May 31, 2024 - 14:40
 0  8
ଖୋର୍ଦ୍ଧା ଇଭିଏମ ଭଙ୍ଗାରୁଜା ମାମଲାର ରାୟ ସଂରକ୍ଷିତ ରଖିଲେ ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାକୁ ନେଇ ଖୋର୍ଦ୍ଧା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଦାଲତରେ ହୋଇଛି ଶୁଣାଣି । ସଂରକ୍ଷିତ ରହିଛି ରାୟ।  ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ ୪୦ ଆଇନଜୀବୀ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୪୪ ନଂ ବୁଥରେ ଗଣ୍ଡଗୋଳ, ମାରପିଟ୍ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଛି ପୋଲିସ । ପ୍ରଶାନ୍ତଙ୍କ ବିରୋଧରେ ୧୧୭/୨୪ରେ ରୁଜୁ  ହୋଇଛି ମାମଲା । ତାଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୪୫୨, ୪୪୮, ୨୯୪, ୩୫୪, ୩୨୩, ୩୩୨, ୪୨୭, ୧୭୧(ସି), ୫୦୬(ଆଇ), ୩୫୪, ୩୪ ସହ ୩ ପିଡି ପିପି ଆକ୍ଟ । 

What's Your Reaction?

like

dislike

love

funny

angry

sad

wow