କଟକ ଦୁର୍ଗାପୂଜା ଭସାଣିରେ ଡିଜେ ମନା
ଚଳିତବର୍ଷ ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର। ଆସନ୍ତା ଅକ୍ଟୋବର ୧୪ରେ ଭସାଣି ହେବାକୁ ଥିବା ବେଳେ ଡିଜେକୁ କରାଯାଇଛି ବାରଣ । ତେବେ ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିପାରିବ ବୋଲି ମିଳିଛି ଅନୁମତି । ଭସାଣି ଶୋଭାଯାତ୍ରାରେ ବାଜିପାରିବ ୬ଟି ବକ୍ସ। ସେହିପରି ଜୋରଜବରଦସ୍ତ ଚାନ୍ଦା ମାଗିଲେ କିମ୍ବା ଡିଜେ ବଜାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର।
What's Your Reaction?