ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା : ପୋଲିସକୁ ମିଳିଲା ସୁଇସାଇଡ୍ ନୋଟ୍

Feb 19, 2025 - 12:39
 0  3
ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା : ପୋଲିସକୁ ମିଳିଲା ସୁଇସାଇଡ୍ ନୋଟ୍

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜବତ ହେଲା ମୃତ ଛାତ୍ରୀଙ୍କ ଆମ୍ତହତ୍ୟା ଚିଠି। ନେପାଳୀ ଭାଷାରେ ଲେଖା ହୋଇଛି ଏହି ଚିଠି । ଯେଉଁଥିରେ ପୁରୁଷ ବନ୍ଧୁ କେମିତି ନିର୍ଯାତନା ଦେଉଥିଲା , ସେ ସବୁ ଘଟଣା ଉକ୍ତ ଚିଠିରେ ରହିଛି  ଉଲ୍ଲେଖ। ଚିଠିକୁ ଜବତ କରି ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ । ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ଚାପା ଉତ୍ତେଜନା ଲାଗିରହିଥିବାରୁ ୪ ପ୍ଲାଟୁନ ପୋଲିସ୍ ଫୋର୍ସ ଅଛନ୍ତି ମୁତୟନ ସେପଟେ ସାମ୍ନାକୁ ଆସିଛି ଛାତ୍ରୀ ମୃତ୍ୟୁ ପରର ଭିଡିଓ। ଛାତ୍ରୀ ରହୁଥିବା ଘରର କବାଟ ଭାଙ୍ଗି ଭିତରକୁ ପଶୁଛନ୍ତି ତାଙ୍କ ସହପାଠୀ । ଏହା ପରେ ସେଠାରୁ ଛାତ୍ରୀଙ୍କ ମୃତଦେହ କରାଯାଉଛି ଉଦ୍ଧାର  । ଅନ୍ୟପଟେ  କିଟ୍ ଆନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ ଆଇଆରଓ,  ହଷ୍ଟେଲ୍ ୱାଡେନକୁ ଜେରା କରିବା ପାଇଁ ଜାରି କରାଯାଇଛି ନୋଟିସ।  

What's Your Reaction?

like

dislike

love

funny

angry

sad

wow