ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ଏବଂ ଜୋରଦାର କରାଯିବ ବିରୋଧ

ପୋଲାଭରମ ପ୍ରକଳ୍ପକୁ ସବୁସ୍ତରରେ ଏବଂ ଜୋରଦାର କରାଯିବ ବିରୋଧ । ଆଦିବାସୀ ଭାଇ ଭଉଣୀଙ୍କ ହକ ପାଇଁ ଜାରି ରହିବ ବିଜେଡିର ଲଢ଼େଇ। ଆଜି ବିଜୁ ଜନତା ଦଳର ପୋଲାଭରମ ଦଳ ଗ୍ରାଉଣ୍ଡରୁ ସ୍ଥିତି ସମୀକ୍ଷା କରି ରିପୋର୍ଟ ପ୍ରଦାନ କରିବା ପରେ ଏଭଳି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ ହେବେ କ୍ଷତିଗ୍ରସ୍ତ। ଉଜୁଡି ଯିବ ସେମାନଙ୍କର ଭିଟାମାଟି ଓ ଜୀବିକା। ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ନବୀନଙ୍କୁ ରିପୋର୍ଟ ଦେଇଛନ୍ତି ପ୍ରତିନିଧି ଦଳ ।ରିପୋର୍ଟ ପାଇଲା ପରେ ପ୍ରକଳ୍ପକୁ ସଂସଦ ଠାରୁ ଆରମ୍ଭ କରି ବିଧାନସଭା ତଥା ପଞ୍ଚାୟତସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ଆହ୍ବାନ ଦେଇଛନ୍ତି ନବୀନ ।
What's Your Reaction?






