ଝାରପଡ଼ା କାରାଗାରର ପୂର୍ବତନ ସୁପରିଟେଣ୍ଡେଣ୍ଟ ଗିରଫ

Sep 7, 2024 - 12:08
 0  8
ଝାରପଡ଼ା କାରାଗାରର ପୂର୍ବତନ ସୁପରିଟେଣ୍ଡେଣ୍ଟ ଗିରଫ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଝାରପଡ଼ା କାରାଗାରର ପୂର୍ବତନ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ। ଶୁକ୍ରବାର ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଠାବ ହୋଇଛି ଦେଢ଼କୋଟି ମୂଲ୍ୟର ଘର । ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳରେ ରହିଛି କୋଟି କୋଟି ଟଙ୍କାର ୪ଟି ପ୍ଲଟ। ଏହାସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର,ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟରେ ଥିବା ୬.୨୪ ଲକ୍ଷ, ଗୋଟିଏ ଲେଖାଏଁ କାର ଓ ବାଇକ ,୧୪.୪୬ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ଠାବ କରିଛି ଭିଜିଲାନ୍ସ।ତେବେ ତଦନ୍ତ ଚାଲିଥିବାରୁ ଆଗକୁ ଆହୁରି ସମ୍ପତ୍ତି ପରିମାଣ ବଢିବାର ରହିଛି ସମ୍ଭାବନା ।

What's Your Reaction?

like

dislike

love

funny

angry

sad

wow