ବେଆଇନ ଭାବେ ଜଗନ୍ନାଥଙ୍କ ଜମି ବିକ୍ରି କରିଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଞ୍ଚେ ଜମିର ବେଆଇନ ବିକ୍ରିକୁ କରାଯିବନି ବରଦାସ୍ତ । ଜମି ବେଆଇନ ବିକ୍ରି ହୋଇଥିଲେ କ୍ରେତା ଏବଂ ବିକ୍ରେତା ଓ ସମ୍ପୃକ୍ତ ସବ୍-ରେଜିଷ୍ଟାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହାଛଡ଼ା ଆଇନମନ୍ତ୍ରୀ ପୁରୀ ବାସେଳୀ ସାହି ଘଟଣାରେ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯେ, ମନ୍ଦିର ପ୍ରଶାସନର ଯାହା ଦାୟିତ୍ୱ ତାକୁ ନିର୍ବାହ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନ୍ୟପଟେ ଜବରଦଖଲ ଥିବା ଜମିକୁ ବିକ୍ରି କରି କର୍ପସ ଫଣ୍ଡ୍ ସଂଗ୍ରହ କରିବା ପାଇଁ ଯୋଜନା କରୁଛି ଆଇନ ବିଭାଗ । ୨୦୦୩ ୟୁନିଫର୍ମ ପଲିସି ଅନୁସାରେ, ଜବରଦଖଲ ହୋଇଥିବା ଜଗନ୍ନାଥ ଜମିଗୁଡିକର କରାଯିବ ସମାଧାନ। ପୁରୀ ସହର ଏବଂ ରାଜ୍ୟର ଅନ୍ୟ ଅଞ୍ଚଳରେ ମହାପ୍ରଭୁଙ୍କ ଜମି ଜବରଦଖଲ ହୋଇରହିଛି । ଏହି ପ୍ରକ୍ରିୟାରେ ଉକ୍ତ ଜମିକୁ କରାଯିବ ଜବରଦଖଲ ମୁକ୍ତ । ସମାଧାନ ହେବା ଦ୍ୱାରା ଗଠନ ହୋଇପାରିବ ପ୍ରାୟ ୮ରୁ ୧୦ ହଜାର କୋଟି ଟଙ୍କାର କର୍ପସ୍ ଫଣ୍ଡ୍ । ଅଧିକ ଜମି ଆବଶ୍ୟକ ଥିଲେ, ବେଞ୍ଚ ମାର୍କ ଭାଲ୍ୟୁରେ ଜମି କିଣି ପାରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ।
What's Your Reaction?