ଆପକୁ ବଡ଼ ଝଟକା : ଦଳ ଛାଡ଼ିଲେ କ୍ୟାବିନେଟ୍‌ ମନ୍ତ୍ରୀ କୈଳାସ ଗେହଲଟ

ଆପକୁ ବଡ଼ ଝଟକା : ଦଳ ଛାଡ଼ିଲେ କ୍ୟାବିନେଟ୍‌ ମନ୍ତ୍ରୀ କୈଳାସ ଗେହଲଟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ୍‌ ଆଦମୀ ପାର୍ଟିକୁ ଲାଗିଛି ବଡ ଝଟ୍‌କା। କାରଣ ନିଜ ମନ୍ତ୍ରୀ ପଦ ସହ ଦଳର ପ୍ରାଥମିକ ସଦସ୍ୟତା ଛାଡିଛନ୍ତି ଦିଲ୍ଲୀ ସରକାରର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପାଖକୁ ସେ ପଠାଇଛନ୍ତି ନିଜ ଇସ୍ତଫା ପତ୍ର।ଦଳ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବା କାରଣ ଦର୍ଶାଇ ଇସ୍ତଫା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି କୈଳାସ ।  ଏହାସହ ସେ ଯମୁନାର ସଫେଇ ଓ କେଜ୍ରିୱାଲଙ୍କ ବଙ୍ଗଳା ନିର୍ମାଣ ପ୍ରସଙ୍ଗ ସହ ଉଠାଇଛନ୍ତି ଅନେକ କଥା।