କୋଟିଆକୁ ନେଇ ତେଜିଲା ରାଜନୀତି, ଆଜି ଯିବେ ୧୫ ଜଣିଆ ବିଜେଡି ଟିମ୍‌

Oct 23, 2026 - 12:53
କୋଟିଆକୁ ନେଇ ତେଜିଲା ରାଜନୀତି, ଆଜି ଯିବେ ୧୫ ଜଣିଆ ବିଜେଡି ଟିମ୍‌

ଆଜି କୋଟିଆ ଯିବେ ବିଜେଡି ଟିମ୍ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା ଚଳାଇଥିବା ବେଳେ ବିଜେଡି ଟିମ୍ ଆଜି କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । 

 ଆଜି କୋଟିଆ ଯିବେ ବିଜେଡି ଟିମ୍ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା ଚଳାଇଥିବା ବେଳେ ବିଜେଡି ଟିମ୍ ଆଜି କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କୋରାପୁଟ ଜିଲ୍ଲା ସଭାପତି ଝିନ ହିକକା ଓ ରାଜ୍ୟ ସ୍ତରୀୟ ଟିମ୍ କୋଟିଆ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

କୋଟିଆରେ ଆନ୍ଧ୍ରର ଦାଦାଗିରିକୁ ନେଇ ବିଜେଡି ବିରୋଧ କରିବ । ଟିମ୍‌ରେ ପ୍ରଦୀପ ମାଝୀ, ରମେଶ ମାଝୀ, ଭୃଗୁ ବକ୍ସିପାତ୍ର, ରବି ନନ୍ଦ, ତୁମ୍ଭନାଥ ପଣ୍ଡାଙ୍କ ସମେତ ଅନେକ ବିଜେଡି ନେତା ରହିଛନ୍ତି । 

What's Your Reaction?

like

dislike

love

funny

angry

sad

wow