ବାଲିଅନ୍ତାରେ ଯୁବକଙ୍କୁ ହତ୍ୟା, ସିସିଟିଭିରେ ରହିଛି ହତ୍ୟାର ସତ୍ୟ

Oct 23, 2026 - 12:51
ବାଲିଅନ୍ତାରେ ଯୁବକଙ୍କୁ ହତ୍ୟା, ସିସିଟିଭିରେ ରହିଛି ହତ୍ୟାର ସତ୍ୟ

ପୁଲିସ ଏ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅଶୋକ ଏବଂ ଅନ୍ୟ ୩ ଜଣ ଫେରାର ଅଛନ୍ତି କ୍ଷ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।

ବାଲିଅନ୍ତା ପାଟେଣା ଗାଁ ଲକ୍ଷ୍ମୀ ଆପାର୍ଟମେଣ୍ଟ ଛକ ନିକଟରେ ୩ ଦିନ ତଳେ ଘଟିଥିଲା ଗଣ୍ଡଗୋଳ। ଏହାପରେ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। 

 ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ମାଡ଼ମାରି ହତ୍ୟା ଅଭିଯୋଗ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍। କିଛି ଲୋକେ ଧସ୍ତାଧସ୍ତି ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ମୃତକ ହେଲେ ସ୍ମୃତି ରଞ୍ଜନ ମାର୍ଥା ଓରଫ ରିଙ୍କୁ। ଗାଁର କିଛି ଲୋକଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୁଲିସ ଏ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଅଶୋକ ଏବଂ ଅନ୍ୟ ୩ ଜଣ ଫେରାର ଅଛନ୍ତି କ୍ଷ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ବାଲିଅନ୍ତା ପାଟେଣା ଗାଁ ଲକ୍ଷ୍ମୀ ଆପାର୍ଟମେଣ୍ଟ ଛକ ନିକଟରେ ୩ ଦିନ ତଳେ ଘଟିଥିଲା ଗଣ୍ଡଗୋଳ। ଏହାପରେ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ମୀ ଆପାର୍ଟମେଣ୍ଟ ସମ୍ମୁଖରେ ଗାଁର ଆଶୋକ ଜେନାଙ୍କ ଦୋକାନ ଘର ଆଗରେ ରିଙ୍କୁଙ୍କ ସାନ ଭାଇ ପିଙ୍କୁ ଗାଁର କିଛି ସାଙ୍ଗଙ୍କ ସହ ଯୁକ୍ତିତର୍କ କରୁଥିଲେ। ଅଶୋକ ତାଙ୍କୁ ବିରୋଧ କରି ସେଠାରୁ ପଳାଇ ଯିବାକୁ କହିଥିଲେ। ଏନେଇ ଅଶୋକ ଏବଂ ପିଙ୍କୁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଅଶୋକଙ୍କ ୨ ପୁଅ ଅମରେଶ ଏବଂ ଆଶିଷ ପହଞ୍ଚିବା ପରେ ଝଗଡ଼ା ବଢିଥିଲା। ଅଶୋକ ଏବଂ ତାଙ୍କର ୨ ପୁଅ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୌମ୍ୟରଞ୍ଜନ ହତ୍ୟା ଘଟଣା ପରେ ରିଙ୍କୁ ମୃତ୍ୟୁ ମାମଲା ବାଲିଅନ୍ତା ପୁଲିସ ପାଇଁ ଅଡୁଆ ବଢ଼ାଇଛି। 

What's Your Reaction?

like

dislike

love

funny

angry

sad

wow