ଏସଟିଏ ଯୁଗ୍ନ ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି ଗିରଫ

Mar 7, 2025 - 14:05
 0  1
ଏସଟିଏ ଯୁଗ୍ନ ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି ଗିରଫ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ ବିଭାଗ ଉପ କମିଶନର ପ୍ରଦୀପ କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ।ପ୍ରଦୀପଙ୍କ ଏକକାଳୀନ ୯ଟି ସ୍ଥାନରେ ଚାଲିଥିଲା ମାରାଥନ ଚଢାଉ। ଚଢାଉବେଳେ ବିପୁଳ କଳା ସମ୍ପତ୍ତି ହୋଇଛି ଠାବ। କୋଟିଏ ଟଙ୍କାରେ ସେ ଭୁବନେଶ୍ୱରରେ କିଣିଛନ୍ତି 4BHK ଫ୍ଲାଟ୍ । ୪ କୋଠା ସହ ୧୧ ପ୍ଲଟ, ୧୪ ଏକରର ଫାର୍ମ ହାଉସ, ଭୁବନେଶ୍ୱରରେ ୪ ମହଲା କୋଠା, ଶହେ ଗ୍ରାମ ଲେଖାଏଁ ୩ଟି ସୁନା ବିସ୍କୁଟ, ୭ଶହ ଗ୍ରାମର ସୁନା ଅଳଙ୍କାର ସହ ନଗଦ ୧୫ ଲକ୍ଷ ଠାବ କରିଛି ଭିଜିଲାନ୍ସ । ୪ଟି ଚାରିଚକିଆ ଗାଡ଼ି ଅନେକ ବେନାମୀ ସମ୍ପତ୍ତି ମଧ୍ଯ ଠାବ ହୋଇଥିବା ମିଳିଛି ସୂଚନା । 

What's Your Reaction?

like

dislike

love

funny

angry

sad

wow