ଖୋଲୁଛି ରଙ୍ଗିଲା ରୋମିଓ ସତ୍ୟଜିତର ଗୁମର

Aug 7, 2024 - 15:13
 0  7
ଖୋଲୁଛି ରଙ୍ଗିଲା ରୋମିଓ ସତ୍ୟଜିତର ଗୁମର

୯୯ ରାଣୀଙ୍କ ରାଜା ଥିଲା ରସିକନାଗର ସତ୍ୟଜିତ ସାମଲ ! ରିମାଣ୍ଡରେ ଆସି ରଙ୍ଗିଲା ରୋମିଓର ଗୁମର ଖୋଲୁଛି ପୋଲିସ। ସତ୍ୟଜିତର ଚନ୍ଦ୍ରଶେଖରପୁର ଭଡାଘରେ ତଲାସୀବେଳେ ପୋଲିସକୁ ମିଳିଛି ଲାପଟପ, ଚେକବୁକ, ପାସବୁକ, ପେନ ଡ୍ରାଇଭ ଓ ହାର୍ଡଡିସ୍କ । ଘରୁ ପାସପୋର୍ଟ ସହ ଗୋଟିଏ କଳା ରଙ୍ଗର ଗୁପ୍ତ ଡାଏରି ମଧ୍ଯ  ମିଳିଛି । ଯାହାକୁ ସେ ସ୍ତ୍ରୀ ବୋଲି କହୁଛି ତାର ପାସପୋର୍ଟ ଜବତ କରିଛି ପୋଲିସ । ଏହା ସହିତ ବିଭିନ୍ନ ବ୍ୟାଙ୍କର ଏଟିଏମ, ଷ୍ଟାମ୍ପ ପେପର, ଝିଅ ଓ ମହିଳାଙ୍କ ଫଟୋ ଜବତ କରିଛି ପୋଲିସ ।ସେହିପରି ଆଠ ପ୍ରକାର ଭାଷା ଜାଣିଥିବା ପୋଲିସ ଆଗରେ କହିଛି ସତ୍ୟଜିତ । ସାଉଦି ଆରବ, ଲଣ୍ଡନ ବୁଲିବା ସହ ହୋଟେଲ ୱେଟରଠାରୁ କାମ ଆରମ୍ଭ କରି ମ୍ୟାନେଜର ପର୍ଯ୍ୟନ୍ତ ପହଞ୍ଚିଥିଲା ସତ୍ଯଜିତ । ବିଦେଶ ଯୁବତୀଙ୍କ ସହ ମଧ୍ୟ ସମ୍ପର୍କ ନେଇ ଖୋଳତାଡ଼ କରୁଛି ପୋଲିସ । ଅନ୍ଯପଟେ ଆଜି ସରୁଛି ସତ୍ୟଜିତର ଦୁଇଦିନିଆ ରିମାଣ୍ଡ । ଗତକାଲିଠାରୁ ରିମାଣ୍ଡରେ ଆଣି ଜେରା କରୁଛି ପୋଲିସ । 

What's Your Reaction?

like

dislike

love

funny

angry

sad

wow