ଭିଜିଲାନ୍ସ ଜାଲରେ ଦୁଇ ବାବୁ, କୋଠାବାଡି ସହ ଘରୁ ମିଳିଲା ବିଡା ବିଡା ଟଙ୍କା
ଓଡ଼ିଶା ପୋଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍ ବ୍ରହ୍ମପୁର ଡିଭିଜନ୍ର ଡେପୁଟି ଜେନେରାଲ ମ୍ୟାନେଜର୍ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଦଳକୁ ଘର ସମ୍ମୁଖରେ ଦେଖି ପଡ଼ୋଶୀ ଛାତକୁ ବିଡାବିଡା ଟଙ୍କା ଫିଙ୍ଗିଦେଇଥିଲେ ଡେପୁଟି ଜେନେରାଲ ମ୍ୟାନେଜର୍। ପଡ଼ୋଶୀ ଛାତରୁ ୧୪ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ସୁବାଷଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଏକକାଳୀନ ୪ଟି ସ୍ଥାନରେ କରାଯାଇଛି ଚଢାଉ। ଏହି ସମୟରେ ଡିଜିଏମଙ୍କ ଘରୁ କେଜିଏ ସୁନା,ହୀରା ହାର , ମାଳ ମାଳ ଲାପଟପ୍,ଦାମୀ ଘଣ୍ଟା ସାଙ୍ଗକୁ ୧୦ ରୁ ଅଧିକ ଦାମୀ ମୋବାଇଲ୍ ମିଳିଥିବାବେଳେ ଭୁବନେଶ୍ବରରୁ ୪ଟି ବହୁମୂଲ୍ୟ ପ୍ଲଟ୍, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର୍ ହୋଇଛି ଠାବ।ସେପଟେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ମଧ୍ଯ ଆଜି ଚଢାଉ କରିଛି ଭିଜିଲାନ୍ସ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ କରାଯାଇଛି ଚଢ଼ାଉ ।ଉପଜିଲ୍ଲାପାଳଙ୍କର ଭୁବନେଶ୍ୱର ଝାରପଡ଼ାରେ ୩ ତାଲା କୋଠା, ଭଦ୍ରକ କୁଆଁଶରେ ୩ ତାଲା କୋଠା, ଭଦ୍ରକ ଗେଲପୁରରେ ଏକ ଦୁଇ ମହଲା ବିଶିଷ୍ଟ କୋଠା ଥିବା ମିଳିଛି ସୂଚନା ।
What's Your Reaction?