କ୍ଷମା ମାଗିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର

Nov 18, 2024 - 16:24
 0  4
କ୍ଷମା ମାଗିଲେ ଓଲିଉଡ ଅଭିନେତା ମନୋଜ ମିଶ୍ର

ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଦେଇଥିବା ଓଲିଉଡ଼ ଅଭିନେତା ମନୋଜ ମିଶ୍ର ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ ସାମାଜିକ ଗଣମାଧ୍ଯମ ଆକାଉଣ୍ଟରେ କରିଛନ୍ତି କ୍ଷମାପ୍ରାର୍ଥନା।ସେ କହିଛନ୍ତି ଯେ, ବ୍ୟାସ କବିଙ୍କ ଲେଖାକୁ ନେଇ ନାହିଁ ମୋର କୌଣସି ଜ୍ଞାନ । ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ ତେବେ ସେଥିପାଇଁ ଦୁଃଖିତ ।ସୂଚନାଯୋଗ୍ଯ , ଗତ କିଛିଦିନ ତଳେ ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ କରାଯାଇଥିଲା ତୀବ୍ର ବିରୋଧ। ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଦିଆଯାଇଥିଲା ଏତଲା।

What's Your Reaction?

like

dislike

love

funny

angry

sad

wow