ଏକାଥରେ ମିଳିବ ସୁଭଦ୍ରାର ୩ କିସ୍ତି ଟଙ୍କା

ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଦ୍ୱାରରୁ ଦ୍ୱାର ସର୍ବେକ୍ଷଣ । ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ବେକ୍ଷଣ କରିବେ ସରକାର । ଦ୍ୱାରରୁ ଦ୍ୱାର ଯାଇ ଗୋଟିଏରୁ ଗୋଟିଏ ସର୍ବେକ୍ଷଣ କରିବେ ଅଧିକାରୀ । ଯାଞ୍ଚ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକସଙ୍ଗେ ମିଳିବ ୩ଟି କିସ୍ତି । ମାର୍ଚ୍ଚ ୩୧ ତାରିଖ ହେଉଛି ଆବେଦନର ଶେଷ ତାରିଖ। ସର୍ବେକ୍ଷଣ ସରିବା ଯାଏଁ ବନ୍ଦ କରାଯିବ ଆବେଦନ ପ୍ରକ୍ରିୟା । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ, ଏକାଥରେ ପାଇବେ ସୁଭଦ୍ରାର ତିନୋଟି କିସ୍ତି।ଅନ୍ୟପଟେ ମାର୍ଚ୍ଚ ୬ ତାରିଖ ଅର୍ଥାତ ଆସନ୍ତାକାଲି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ଆଉ ତାର ଦିନକ ପରେ ବା ୮ ତାରିଖରେ ମିଳିର ସୁଭଦ୍ରାର ଦ୍ୱିତୀୟ କିତ୍ସ୍ତି ।
What's Your Reaction?






