ନୂଆଁଖାଇରେ ମା ସମଲେଶ୍ୱରୀ ଓ ମା ପାଟଣେଶ୍ୱରୀ ନିକଟରେ ଲାଗିହେଲା ନବାନ୍ନ

Sep 8, 2024 - 11:35
 0  13
ନୂଆଁଖାଇରେ ମା ସମଲେଶ୍ୱରୀ ଓ ମା ପାଟଣେଶ୍ୱରୀ ନିକଟରେ ଲାଗିହେଲା ନବାନ୍ନ

 ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ। ନୀତି ନିର୍ଘଣ୍ଟ ଅନୁସାରେ ମା’ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହୋଇଛି ନବାନ୍ନ।  ସେପଟେ ବଲାଙ୍ଗୀର ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି ହୋଇଛି। ଘଣ୍ଟ ଘଣ୍ଟା, ଢୋଲ ମାଦଳ ସହ ମନ୍ତ୍ର ଧ୍ୱନି ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠିଛି ସାରା ପରିବେଶ।ମାଆଙ୍କ ନିକଟରେ ନବାନ୍ନ ଲାଗି ପରେ ଆରମ୍ଭ ହୋଇଛି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ । ନୂଆ ଖାଇବା ସହ ନୂଆ ପିନ୍ଧି ପରସ୍ପରକୁ ଶୁଭେଛା ଜଣାଉଛନ୍ତି ପିଲାଠୁ ବୁଢା। ଜୁହାର ଭେଟ ପରମ୍ପରା ଅନୁଷ୍ଠିତ ହେବା ସହିତ ଢୋଲ ନିଶାନ ତାସର ତାଳେ ତାଳେ ଝୁମୁଛି ସାରା ପଶ୍ଚିମ ଓଡିଶା।ସେପଟେ ସୁନ୍ଦରଗଡ଼ ମାଆ ସମଲେଶ୍ୱରୀଙ୍କ ନିକଟରେ ମଧ୍ୟ ଲାଗି ହୋଇଛି ନବାନ୍ନ ।

What's Your Reaction?

like

dislike

love

funny

angry

sad

wow