କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

Sep 8, 2024 - 12:31
 0  1
କୋଠା ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଉତ୍ତରପ୍ରଦେଶ ଲକ୍ଷ୍ନୌରେ କୋଠା ଭୁଶୁଡ଼ିବା ଘଟଣାରେ ୮କୁ ବୃଦ୍ଧି ପାଇଛି ମୃତ୍ୟୁସଂଖ୍ୟା। ଭଙ୍ଗାକୋଠା ତଳେ ଏବେବି ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା କରାଯାଉଛି ଆଶଙ୍କା । ସେହିପରି ହାସପାତାଳରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଚନ୍ତି ୨୮ଜଣ ଆହତ।ଶନିବାର ସଂନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହିଦପାଥ ନିକଟରେ ଥିବା ଟ୍ରାନ୍ସପୋର୍ଟ ନଗରରେ ଘଟିଥିଲା ଏଭଳି ଅଘଟଣ । ଭୀଷଣ ବର୍ଷା ଯୋଗୁ ପୁରୁଣା କୋଠାଟି ଭୁଶୁଡି ପଡିଥିବା କରାଯାଉଛି ସନ୍ଦେହ। ଏହି ପୁରୁଣା ୩ମହଲା କୋଠାରେ ଚାଲୁଥିଲା ଔଷଧ ଗୋଦାମ।  ଘଟଣା ସମୟରେ କୋଠାରେ କାମ କରୁଥିଲେ ଅନେକ ଲୋକ।

What's Your Reaction?

like

dislike

love

funny

angry

sad

wow