ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମିଳିଛି ମଞ୍ଜୁରୀ ।୬ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଭାବରେ କାର୍ଯ୍ୟ କରିବା ପରେ ଗତ ବର୍ଷ ଡିସେମ୍ବରରେ ଅବସର ନେଇଥିଲେ ଶକ୍ତିକାନ୍ତ ଦାସ । ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଛନ୍ତି ପ୍ରମୋଦ କୁମାର ମିଶ୍ର।
Jangyaseni Parida