ଦେଶକୁ ମିଳିଲା ୩ଟି ନୂଆ ସୁପର କମ୍ପ୍ୟୁଟର

Sep 27, 2024 - 12:24
 0  2
ଦେଶକୁ ମିଳିଲା ୩ଟି ନୂଆ ସୁପର କମ୍ପ୍ୟୁଟର

ଆଜି ଦେଶ ପାଇଁ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ତିନୋଟି ସୁପର କମ୍ପ୍ୟୁଟର ହେଉଛି ଭାରତରେ ନିର୍ମିତ ପ୍ରଥମ ସୁପର କମ୍ପ୍ୟୁଟର,ଯାହା ନାସନାଲ ସୁପର କମ୍ପ୍ୟୁଟିଙ୍ଗ ଅଭିଯାନ ଅନ୍ତର୍ଗତ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ହୋଇଛି ନିର୍ମିତ। ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୦ କୋଟି । ଏହାକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ କରାଯିବ ନିୟୋଜିତ । ପରିବେଶ ଓ ଜଳବାୟୁ ସହ ବିଜ୍ଞାନ, ସ୍ବାସ୍ଥ୍ୟ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ସହଯୋଗ କରିବ ଏହି ସୁପର କମ୍ପ୍ୟୁଟର। ଏକାସଙ୍ଗେ ହଜାରେ କମ୍ପ୍ୟୁଟରର କାମ କରିବ ସୁପର କମ୍ପ୍ୟୁଟର ପରମ ରୁଦ୍ର ।ଦେଶ ପାଇଁ ଏହି କମ୍ପ୍ୟୁଟରର ଉପଲବ୍ଧି ମାଇଲଷ୍ଟୋନ୍ ହୋଇ ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ।

What's Your Reaction?

like

dislike

love

funny

angry

sad

wow