ଭାରତରେ ଚୀନ୍ର ‘ଗ୍ଲୋବାଲ୍ ଟାଇମ୍ସ’ ବନ୍ଦ୍

ପାକିସ୍ତାନ ପରେ ଚାଇନା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ଭାରତ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଚୀନ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଆକାଉଣ୍ଟକୁ କଲା ବନ୍ଦ୍। ଏଣିକି ଏହି ଏକ୍ସ ଆକାଉଣ୍ଟକୁ ଦେଖି ପାରିବେ ନାହିଁ ଭାରତୀୟ। ଭାରତ ବିରୋଧରେ ଗ୍ଲୋବାଲ ଟାଇମ୍ସ ମିଥ୍ୟା ଖବର ଚଲାଉଥିବାରୁ ନିଆଯାଇଛି ଏଭଳି କାର୍ଯ୍ୟାନୁଷ୍ଠାନ। ସେହିପରି ଅରୁଣାଞ୍ଚଳ ପ୍ରଦେଶର କିଛି ଅଞ୍ଚଳକୁ ଚୀନ ନାଁ ଦେବା ଘଟଣାକୁ ମଧ୍ୟ ଖଣ୍ଡନ କରିଛି ଭାରତ । ଏ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଅରୁଣାଞ୍ଚଳ ପ୍ରଦେଶ ଆମର ନାଁ ଦେବା ପ୍ରୟାସ ନିରର୍ଥକ । ଅରୁଣାଞ୍ଚଳ ପ୍ରଦେଶ ଭାରତର ଥିଲା, ଅଛି ଏବଂ ରହିବ ।
What's Your Reaction?






