ଉଛୁଳିଲା ସେୟାର ମାର୍କେଟ,ପ୍ରଥମ ଥର ପାଇଁ ସେନସେକ୍ସ ୭୭ ହଜାର ପାର୍

ଉଛୁଳିଲା ସେୟାର ମାର୍କେଟ,ପ୍ରଥମ ଥର ପାଇଁ ସେନସେକ୍ସ ୭୭ ହଜାର ପାର୍

ଦେଶରେ ଏନଡିଏ ସରକାର ଆସିବା ସହ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପୁଣି ଉଛୁଳିଛି ସେୟାର ବଜାର । ଏଥର ପୂର୍ବର ସବୁ ରେକର୍ଡକୁ ପାର କରିଛି ସେୟାର ମାର୍କେଟ । ସପ୍ତାହର ପ୍ରଥମ ଦିନରେ ମୁମ୍ବାଇର ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନ୍ସେକ୍ସ ୩୨୩.୬୪ ଅଙ୍କ ସହ ବୃଦ୍ଧି ପାଇଛି । ଏହା ପ୍ରଥମ ଥର ପାଇଁ ୭୭୦୦୦ ସ୍ତର ପାର କରିଛି, ଫଳରେ ନିବେଶକଙ୍କ ମଧ୍ୟରେ  ଦେଖିବାକୁ ମିଳିଛି ଉତ୍ସାହ ।ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ଇଣ୍ଡେକ୍ସ ମଧ୍ୟ ଭଲ ଅଗ୍ରଗତି କରି ୧୦୫ ନମ୍ବର ସହ ବଢିଛି । ଗତ ସପ୍ତାହରେ ଶେଷ ଦିନରେ ବିଏସଇ ର ସେନ୍ସେକ୍ସ ଓ ନିଫ୍ଟି ଜୋରଦାର ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା ।