ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ନୂଆ ତାଲିକା ପ୍ରକାଶ କଲା ଭାଜପା,

Aug 26, 2024 - 15:10
 0  2
ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ନୂଆ ତାଲିକା ପ୍ରକାଶ କଲା ଭାଜପା,

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ।ଯାହାକୁ ନେଇ ଦ୍ୱନ୍ଦ୍ୱରେ ବିଜେପି। କାହାକୁ ଟିକେଟ୍‌ ଦେବ କାହାକୁ ଦେବନି, ତାକୁ ନେଇ କରୁଛି କସରତ। ଏହାରି ଭିତରେ ପ୍ରଥମେ ସକାଳୁ ୪୪ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରି ଦୁଇ ଘଣ୍ଟା ପରେ ପ୍ରତ୍ୟାହାର କରିନେବା ପରେ ପୁଣି ଥରେ ନୂଆ ତାଲିକା ପ୍ରକାଶ କରିଛି ଦଳ। ନୂଆ ତାଲିକାରେ କାଣ୍ଟଛାଣ୍ଟ କରି କେବଳ ୧୫ ଜଣଙ୍କୁ ଟିକେଟ୍‌ ଦେଇଛି ବିଜେପି। ଫଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବଢିଛି ଦ୍ୱନ୍ଦ୍ୱ । ତେବେ ଏହା ପଛର କ'ଣ କାରଣ ,ସେନେଇ ସ୍ପଷ୍ଟ କରି ନାହିଁ ଦଳ।ସେପ୍ଟେମ୍ବର ୧୮ରେ ଜମ୍ମୁ-କଶ୍ମୀରରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଏହି ପର୍ଯ୍ୟାୟ ପାଇଁ ୧୫ ଜଣିଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ। ବାକି ଦୁଇଟି ପର୍ଯ୍ୟାୟ ତଥା ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଦଳ ପରବର୍ତ୍ତୀ ସମୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ହେଉଛି ଚର୍ଚ୍ଚା। । ତେବେ ମୋଟ ୯୦ଟି ଆସନରେ ହେବ ଭୋଟିଂ।

What's Your Reaction?

like

dislike

love

funny

angry

sad

wow